ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବାତ୍ୟା ‘ଫନି’ରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ସରକାରୀ ହିସାବ ଅନୁଯାୟୀ ପୂର୍ବରୁ ବାତ୍ୟା ‘ଫନି’ରେ ୪୧ ଜଣଙ୍କ ମୃତ୍ୟ ହୋଇଥିବା ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଆଉ ୨ଜଣଙ୍କ ମୃତ ଦେବ ମିଳିଥିବା ନେଇ ଏସ୍ଆରସି ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଫନିରେ ୮୭ ଲକ୍ଷ ପଶୁପକ୍ଷୀ ପ୍ରଭାବିତ ହୋଇଥିବା ବେଳେ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ଏମର୍ଜେନ୍ସି ଅପରେସନ ସେଣ୍ଟର (SEOC) ପକ୍ଷରୁ ସୂଚନା ଦିଆଯାଇଛି।

ଫନି ପରେ ଧିରେ ଧିରେ ଅଣ୍ଟା ସଳଖୁଛି ରାଜ୍ୟରେ ବାତ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳ। ଅନ୍ୟପଟେ ଏବେବି ଅନେକ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ବିଜୁଳି ଓ ପାଣି ସୁବିଧା।

Comment