ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷ୍ଟାରପ୍ଲସର ଲୋକପ୍ରିୟ ସିରିୟଲ କସୌଟି ଜିନ୍ଦେଗୀ କି ୨କୁ ଖୁବଶୀଘ୍ର ଅଲବିଦା କହିବେ ସୋର ସୁପର ଭିଲିଏନ କମୋଲିକା। ଆଜ୍ଞା ହଁ କମୋଲିକା ଓରଫ ହୀନା ଖାନ୍ ବାସୁ ହାଉସରୁ ହେବେ ଆଉଟ୍,ତାହାବି ସମସ୍ତଙ୍କ ସାମ୍ନାରେ। ସୋରେ ଅନେକ ସାରା ଟ୍ବିଷ୍ଚ ଆସିବା ପରେ କମୋଲିକାର ଅସଲ ଚେହେରା ସାମ୍ନାକୁ ଆସିଛି।

କମୋଲିକା ସୋରୁ ବାହାର ହେବାକୁ ନେଇ ନିର୍ମାତାଙ୍କ ତରଫରୁ ଏକ ପ୍ରମୋ କରାଯାଇଛି। ଯେଉଁଥିରେ ଆଗାମୀ ସପ୍ତାହରେ ମୋହିନୀ ବାସୁଙ୍କୁ ସବୁ ସତ ଜଣାପଡ଼ିବା ପରେ କମୋଲିକାକୁ ଚାପୁଡ଼ା ମାରୁଛନ୍ତି। ଏହାସହିତ କମୋଲିକାକୁ ଘରୁ ବାହାରକୁ ବାହାରିବା ଲାଗି କହୁଥିବା ନଜର ଆସିଛି।

କମୋଲିକାର ଅଭିନୟ ପରି ତାଙ୍କର ଏକଜିଟର ପ୍ରମୋ ବି ଜବରଦସ୍ତ ହୋଇଛି। ଗତକିଛିଦିନ ହେବ ଟିଆରପି ରେସରେ ଅଛି ସିରିୟଲ କସୌଟି ଜିନ୍ଦେଗି-୨। ତେବେ କମୋଲିକା ସୋରୁ ବାହାରିବା ପରେ କୁହାଯାଉଛି ପ୍ରେରଣା ଓ ଅନୁରାଗଙ୍କ ଜୀବନ ଆଉ ଏକ ବଡ ଟ୍ବିଷ୍ଟ ଆସିବାକୁ ଯାଉଛି।

Comment