ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ହୀନା ଖାନ୍‌ଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା। ଏ ରିସ୍ତା କ୍ୟା କେହଲାତାରୁ ଅଭିନୟ ଆରମ୍ଭ କରିଥିବା ହୀନାଙ୍କୁ ଅନେକ ସଫଳତା ମିଳିଛି। ସେ ବିଗ୍‌ ବସ୍‌ରେ ଭାଗନେବା ପରେ ଯେମିତି ତାଙ୍କୁ ନେଇ ଚର୍ଚ୍ଚା ଟିକେ ବଢିଯାଇଛି।

ସିରିୟଲ କସୌଟି ଜିନ୍ଦେଗୀ କି-୨ରେ କମୋଲିକା ଚରିତ୍ର ନିଭାଉଛନ୍ତି ହୀନା। ହୀନାଙ୍କ ଏହି ଚରିତ୍ର ଅନେକଙ୍କୁ ପସନ୍ଦ ଆସୁଛି। ହୀନା ଏଥରେ ନେଗେଟିଭ ରୋଲ ପ୍ଲେ କରୁଛନ୍ତି।

ହୀନା(କମୋଲିକା) ଏବେ ବଙ୍ଗାଳୀ ବୋହୂ ବନିଛନ୍ତି। ସେ ସିରିୟଲରେ ଅନୁରାଗ ପାଇଁ ପୂରା ବଙ୍ଗାଳୀ ବେଶରେ ନିଜକୁ ସଜାଇଛନ୍ତି। ହୀନା(କମୋଲିକା) ଏବେ ଅନୁରାଗଙ୍କ ପ୍ରେମରେ ଉବୁଟୁବୁ। ହୀନା(କମୋଲିକା)ଙ୍କୁ ଅନୁରାଗଙ୍କ ବିନା ଆଉ କେହି ଦେଖାଯାଉନାହାନ୍ତି। ସେଥିପାଇଁ ତ କମୋଲିକା ନିଜ ଭଉଣୀର ନିର୍ବନ୍ଧକୁ ଭାଙ୍ଗିବାକୁ ପଛାଇନାହାନ୍ତି।

ଅନେକ ଚେଷ୍ଟା ପରେ ସେ ଅନୁରାଗଙ୍କ କନ୍ୟା ସାଜିଛନ୍ତି। ବେଦିରେ ବିବାହ ବି ହେଉଛି। ବଙ୍ଗାଳୀ ବୋହୂ ବେଶରେ ଭାରି ସୁନ୍ଦର ଲାଗୁଛନ୍ତି ହୀନା(କମୋଲିକା)। ତେବେ ବଙ୍ଗାଳୀ ରୀତିନୀତି ହିସାବରେ ବିବାହର ସମସ୍ଥ ବିଧି ହେଉଛି। ହଠାତ୍‌ ଅନୁରାଗ ବିବାହର ଶେଷ ବିଧୀ କୁହାଯାଉଥିବା ସିନ୍ଦୁର ହୀନା(କମୋଲିକା)ଙ୍କୁ ପିନ୍ଧାଇବାକୁ ମନା କରିଦେଉଛନ୍ତି। ଯାହାକୁ ନେଇ ହୀନା(କମୋଲିକା) ଏବେ ଟିକେ ଟେନ୍ସ ଅଛନ୍ତି। ଅନ୍ୟପଟେ ଅନୁରାଗ ଓ କମୋଲିକାର ବିବାହ ଦେଖି  ପ୍ରେରଣାଙ୍କ ଫ୍ୟାନ୍‌ ଟିକେ ଅପସେଟ୍‌ ଅଛନ୍ତି।

Comment