ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ଫିଲ୍ମ ‘ହ୍ୟାକ୍ଡ’ ଜରିଆରେ ହିନା ଖାନ ବଲିଉଡରେ ଡେବ୍ୟୁ କରିବା ପରେ ଏବେ ଓ୍ୱେବ ଫିଲ୍ମରେ ଡେବ୍ୟୁ କରିବେ। ଖୁବଶୀଘ୍ର ହରର୍‌ ଫିଲ୍ମ ‘ଅନଲକ୍‌ ଦ ହଣ୍ଟେଡ ଆପ୍‌’ରେ ଅଭିନେତା କୁଶଲ ଟଣ୍ଡନଙ୍କ ସହିତ ଆସିବେ ହିନା। ଏହି ଫିଲ୍ମରେ ହିନା କୁଶଲଙ୍କ ବ୍ୟତୀତ ଅଦିତି ଆର୍ଯ୍ୟା, ୠଷଭ ସିହ୍ନାଙ୍କୁ ଦେଖିବାକୁ ମିଳିବ। ଏଥିରେ ନିର୍ଦ୍ଦେଶନା ଭାର ସମ୍ଭାଳିବେ ଦେବାତ୍ମା ମଣ୍ଡଳ।

ଏନେଇ ହିନା କହନ୍ତି ଆଗକୁ ଯଦି ତାଙ୍କୁ ଖାଲି ଏଭଳି ହରର ଫିଲ୍ମର ଅଫର ମିଳେ ତେବେ ସେ ଫିଲ୍ମ କରିବାକୁ ମନା କରିଦେବେ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି।

ଟିଭି ଜଗତରେ ସଂସ୍କାରୀ ବୋହୂ ଚରିତ୍ରରେ ଅଭିନୟ କରି ସଫଳତାର ଶୀର୍ଷରେ ପହଞ୍ଚିଥିଲେ ହିନା। ଆଗକୁ ମଧ୍ୟ ଦମଦାର ଅଭିନୟ କରି ଦର୍ଶକଙ୍କୁ ହୃଦୟ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ସେ।

Comment