ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

hina khan-3

ଛୋଟ ପରଦାର ବେଶ୍ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ହୀନା ଖାନ। ନିଜର ଷ୍ଟାଇଲିସ୍ ଅବତାର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ହେୟାର କଟ୍ କରି ନିଜକୁ ଦେଇଛନ୍ତି ଏକ ନିୟୁ ଲୁକ୍। ଏହାର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ପୋଷ୍ଟରେ ସେ ନିଜ ଲୁକକୁ କ୍ୱାରେଣ୍ଟାଇନର ଅସର ବୋଲି କହିଛନ୍ତି। ଲମ୍ବା ବାଳ ଯୋଗୁଁ ଅଧିକ ଷ୍ଟ୍ରେସ୍ ବଢ଼େ ତେଣୁ ସେ ଚିନ୍ତାରୁ ମୁକ୍ତି ପାଇଁ ନିଜକୁ ଦେଇଛନ୍ତି ସଟ୍ ହେୟାର ଲୁକ୍। ଇନଷ୍ଟାଗ୍ରାମରେ ନି୍ଜ ଫଟୋ ସେୟାର କରିବା ସହ ନିଜ ମ୍ୟାନେଜର ଏବଂ ହେୟାର ଷ୍ଟାଇଲିସଙ୍କୁ ଟ୍ୟାଗ୍ କରି ହୀନା ତାଙ୍କୁ କ୍ଷମା କରିଦେବାକୁ କହିଛନ୍ତି। ଏହା ସହ ସେ ଲେଖିଥିଲେ ଯେ ଏହା ମାଧ୍ୟମରେ ସେ କିଛି ଚିନ୍ତାକୁ ମଧ୍ୟ କାଟି ଦେଇଛନ୍ତି।

hina khan

ଜଣେ ସୁନ୍ଦର ଅଭିନେତ୍ରୀ ସହ ହୀନା ଜଣେ ଫିଟନେସ ଫ୍ରିକ୍ ଭାବେ ନିଜ ଫ୍ୟାନଙ୍କ ମନ ଜିତିଛନ୍ତି। ଅନେକ ସମୟରେ ମୋଟିଭେସନାଲ ଓ୍ୱାର୍କ ଆଉଟ୍ ଭିଡିଓ ଜରିଆରେ ସେ ଫ୍ୟାନ୍ସଙ୍କ ମନୋରଂଜନ କରିଥାନ୍ତି। ଏହା ଛଡ଼ା ଲକଚାଉନ ସମୟରେ କିଛି ନା କିଛି ପୋଷ୍ଟ ଏବଂ ଭିଡିଏ ଜରିଆରେ ସେ ଦର୍ଶକଙ୍କ ସହ ରହିଛନ୍ତି। ତେବେ ହୀନାଙ୍କର ଏହି ନୂଆ ଅବତାର ତାଙ୍କ ଫ୍ୟାନ୍ସମାନଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି।

Comment