ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତୀୟ ଟେଲିଭିଜନ ସୋ’ ଦର୍ଶକମାନଙ୍କ ପାଇଁ ମନୋରଞ୍ଜନର ଏକ ସବୁଠାରୁ ବଡ଼ ଉତ୍ସ କୁହାଯାଏ। ଟିଭି ସିରିଏଲର ଅଭିନେତ୍ରୀମାନେ ଘରେ ଘରେ ପରିଚିତ ହୋଇଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ହିନ୍ଦୀ ଟିଭି ଅଭିନେତ୍ରୀ ବଲିଉଡ ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନେଇଥାନ୍ତି।

ହିନା ଖାନ୍

ଭାରତୀୟ ଟିଭି ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ହିନା ଖାନ ଅନ୍ୟତମ ଲୋକପ୍ରିୟ ଚେହେରା। ଏହି ଅଭିନେତ୍ରୀ ଷ୍ଟାର୍ ପ୍ଲସ୍ର ‘ୟେ ରିସ୍ତା କ୍ୟା କେହଲାତା ହୈ’ ପାଇଁ ଜଣାଶୁଣା।  ସେ ସଲମାନ ଖାନଙ୍କ ରିଆଲିଟି ଟିଭି ସୋ, ବିଗ୍ ବସ୍ ୧୧ ରେ ଅଂଶଗ୍ରହଣ କରିଥିଲେ। ହିନା ଖାନଙ୍କୁ ଶେଷ ଥର ପାଇଁ ହିନ୍ଦୀ ଟିଭି ସୋ ‘କସୌଟି ଜିନ୍ଦେଗି କି ୨’ରେ ଦେଖିବାକୁ ମିଳିଥିଲା। ଏହାପରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଖବର ଅନୁଯାୟୀ, ହିନା ଖାନ ସିରିଏଲରେ ଏପିସୋଡ ପ୍ରତି ୧.୫ ରୁ ୨ ଲକ୍ଷ ଟଙ୍କା ନେଇଥାନ୍ତି।

ଦିବ୍ୟଙ୍କା ତ୍ରିପାଠୀ

ଦିବ୍ୟଙ୍କା ତ୍ରିପାଠୀ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ। ସିରିଏଲ ‘ୟେ ହୈ ମହବତେଁ’ରେ ଇଶିତା ଭଲା ଭୂମିକା ପାଇଁ ଜଣାଶୁଣା । ସେ ତାଙ୍କ କ୍ୟାରିୟରରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ସିରିଏଲରେ ଗୋଟିଏ ଏପିସୋଡକୁ ୮୦ ହଜାରରୁ ୮୫ ହଜାର ଟଙ୍କା ନେଇଥାନ୍ତି।

ଜେନିଫର୍ ୱିଙ୍ଗେଟ୍

ଜେନିଫର୍ ୱିଙ୍ଗେଟ୍ ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସିରିଏଲ ସରସ୍ୱତୀଚନ୍ଦ୍ରରେ କୁମୁଦ ଦେଶାଇ, ବେହଦରେ ମାୟା ମଲହୋତ୍ରା ଭୂମିକା ପାଇଁ ସେ ଲୋକପ୍ରିୟ। ଜେନିଫର୍ ୱିଙ୍ଗେଟ୍ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏବେ ସେ ଗୋଟିଏ ଏପିସୋଡକୁ ୧ ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି।

ସୁରଭି ଜ୍ୟୋତି

ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟଙ୍କା ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ସୁରଭି ଜ୍ୟୋତି ଜଣେ। କୁବୁଲ ହୈରେ ଜୋୟା ଏବଂ ନାଗିନରେ ବେଲା ଚରିତ୍ର ପାଇଁ ସେ ପରିଚିତ। ସିରିଏଲ ବ୍ୟତୀତ ସେ ଅନେକ ପଞ୍ଜବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ପ୍ରତି ଏପିସୋଡକୁ ୭୦ରୁ ୭୫ ହଜାର ଟଙ୍କା ନେଉଥିବା ଜଣାପଡ଼ିଛି।

ନିଆ ଶର୍ମା

ନିଜର ବୋଲ୍ଡ ନେସ ପାଇଁ ଅଭିନେତ୍ରୀ ନିଆ ଶର୍ମା ବେଶ ପରିଚିତ। ସିରିଏଲ ଜମାଇ ରାଜାରୁ ଦର୍ଶକେ ତାଙ୍କୁ ଚିହ୍ନିଥିଲେ। ଏବେ ସେ ଏକତା କପୁରଙ୍କ ସିରିଏଲ ନାଗିନରେ ଦେଖାଯାଉଛନ୍ତି। ସେ ପ୍ରତି ଏପିସୋଡକୁ ୭୦ରୁ ୭୫ ହଜାର ଟଙ୍କା ନେଉଛନ୍ତି।

Comment