ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଲିଭଜିନ ଜଗତରେ ‘ଛୋଟି ବୋହୂ’ ଏବଂ ‘କିନ୍ନର ବୋହୂ’ ନାମରେ ଜଣାଶୁଣା ଟିଭି ଅଭିନେତ୍ରୀ ରୁବିନା ଦିଲାଇକ। ଆଜି ସେ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ରୁବିନାଙ୍କ ଲଭ୍‌ ଲାଇଫ ବିଷୟରେ…

ଅଗଷ୍ଟ ୨୬, ୧୯୮୭ରେ ସିମଲାରେ ଜନ୍ମିତ ରୁବିନା ୨୦୧୮ ରେ ଅଭିନେତା ଅଭିନବ ଶୁକ୍ଲାଙ୍କୁ ବିବାହ କରିଥିଲେ। ଉଭୟଙ୍କ ଲଭଷ୍ଟୋରି କୌଣସି ଫିଲ୍ମଠାରୁ ମଧ୍ୟ କମ୍‌ ନୁହେଁ।

ରୁବିନା ଓ ଅଭିନବ ଟିଭି ଧାରାବାହିକ ‘ଛୋଟି ବାହୁ’ରେ ଏକାଠି କାମ କରିଥିଲେ,  କିନ୍ତୁ ସେ ସମୟରେ ସେମାନଙ୍କ ଭିତରେ କୌଣସି ସମ୍ପର୍କ ନଥିଲା। ସିରିଏଲ ପରେ ଜଣେ ବନ୍ଧୁଙ୍କ ଘରେ ଗଣେଶ ପୂଜାରେ ରୁବିନାଙ୍କୁ ଦେଖିଥିଲେ ଅଭିନବ। ସେଦିନ ରୁବିନା ଶାଢ଼ି ପନ୍ଧି ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ଆସିଥିଲେ। ରୁବିନାଙ୍କୁ ସେଠି ଦେଖି ଦିଓ୍ୱାନା ହୋଇଯାଇଥିଲେ ଅଭିନବ।BGU

ଏହାପରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଧୀର ଧୀରେ ଅଭିନବଙ୍କ ପ୍ରେମରେ ରୁବିନା ମଧ୍ୟ ଦିଓ୍ୱାନୀ ହୋଇଥିଲେ। ଶେଷରେ ୨୦୧୮ରେ ଉଭୟ ବିବାହ କରିଥିଲେ। ବିବାହ ପରେ ମଧ୍ୟ ଦୁଇ ଷ୍ଟାର ଅଭିନୟ ଜଗତରେ ସକ୍ରିୟ ଅଛନ୍ତି।

Comment