ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ଆଉ ଏକ ଲୋକପ୍ରିୟ ସିରିଏଲ ଥିଲା ‘ଶ୍ରୀକୃଷ୍ଣ‘। ଏଥିରେ ରାଧାଙ୍କ ଭୂମିକାରେ ଅଭିନୟ କରିଥିବା ରେଶ୍ମା ମୋଦୀଙ୍କ ବିଷୟରେ ଜାଣନ୍ତୁ।

ଲକଡାଉନରେ ଦୂରଦର୍ଶନରେ ‘ରାମାୟଣ’, ‘ଉତ୍ତର ରାମାୟଣ’ ପରେ ଏବେ ‘ଶ୍ରୀକୃଷ୍ଣ’ ପ୍ରସାରିତ ହେଉଛି। ଏତେ ବର୍ଷ ପରେ ବି ଏହି ପୁରୁଣା ସିରିଏଲ ସବୁକୁ ଦର୍ଶକ ପସନ୍ଦ କରୁଛନ୍ତି। ସବୁଠୁ ଖାସ କଥା ଏହି ସିରିଏଲର କଳାକାର ବି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଆଜି ସେମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯାହାଙ୍କ ବିଷୟରେ ବହୁତ କମ ଲୋକ ଜାଣିଥିବେ।

ସେ ହେଲେ ସିରିଏଲ ‘ଶ୍ରୀକୃଷ୍ଣ’ର ରାଧା।  ସିରିଏଲରେ ରାଧାଙ୍କ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ରେଶ୍ମା ମୋଦୀ। ଏଥିରେ ତାଙ୍କର ଭୂମିକା କମ୍‌ ଥିଲେ ବି ଗୁରୁତ୍ୱପୂର୍ଣ୍ଣ ଥିଲା। ୧୯୯୩ରେ ଏହି ସିରିଏଲ ପ୍ରଥମ ଥର ପ୍ରସାରିତ ହୋଇଥିଲା।

ସେତେବେଳେ ରେଶ୍ମା ଯେମିତି ଦେଖାଯାଉଥିଲେ ଏବେ ଆଉ ସେମିତି ଦେଖାଯାଉନାହାନ୍ତି। ୨୭ ବର୍ଷ ଭିତରେ ସେ ଏତେ ବଦଳି ଯାଇଛନ୍ତି ଯେ ତାଙ୍କୁ ଚିହ୍ନିବା ମୁସ୍କିଲ।

ଏହି ସିରିଏଲରୁ ରେଶ୍ମା ଦର୍ଶକଙ୍କ ନିକଟରେ ପରିଚିତ ହୋଇଥିଲେ। ଶ୍ରୀକୃଷ୍ଣ ପରେ ସେ ଅନେକ ଫିଲ୍ମ ଓ ସିରିଏଲରେ କାମ କରିବାକୁ ସୁଯୋଗ ପାଇଥିଲେ। ଦିଆ ମିର୍ଜା, ଆର୍‌ ମାଧଓ୍ୱନ ଏବଂ ସୈଫ୍‌ ଅଲ୍ଲୀ  ଖାନଙ୍କ ଫିଲ୍ମ ‘ରେହନା ହୈ ତେରେ ଦିଲ ମେଁ’ ରେ ଅଭିନୟ କରିଥିଲେ ରେଶ୍ମା। ଏହି ଫିଲ୍ମ ୨୦୦୧ରେ ରିଲିଜ ହୋଇଥିଲା। ଏହା ବ୍ୟତୀତ ରେଶ୍ମା ‘ସାଢ଼େ ସାତ୍‌ ଫେରେ’ରେ କାମ କରିଥିଲେ। କରିଥିଲେ। ଏହି ଫିଲ୍ମରେ ଜୁହି ଚାୱଲା ଏବଂ ଇରଫାନ୍ ଖାନ୍ ଅଭିନୟ କରିଥିଲେ।

Comment