ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସିରିଏଲରେ ବୋହୂ ସାଜି ସମସ୍ତଙ୍କ ହୃଦୟ ଜିତିଥିବା ହିନା ଖାନ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏଥର ଚର୍ଚ୍ଚା ତାଙ୍କ ବିବାହକୁ ନେଇ ହୋଇଛି। ନିକଟରେ  ହିନା ନବବଧୂ ବେଶରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ। ଫଟୋରେ ଏହି ନବବଧୂ ଅବତାର ଦେଖି ସୋସିଆଲ ମିଡିଆରେ  ହିନା ଶୀଘ୍ର ବିବାହ କରନ୍ତୁ ବୋଲି ତାଙ୍କ ଫ୍ୟାନ୍ସମାନେ ପ୍ରତିକ୍ରିୟା ଦେଇଥିଲେ।

ଏକ ସାକ୍ଷାତକାରରେ ମଧ୍ୟ ହିନା କେବେ ବିବାହ କରିବେ ବୋଲି ପଚରାଯାଇଥିଲା। ଏହାର ଉତ୍ତରରେ ହିନା କହିଥଲେ ବିବାହ କରିବାରେ ଜଲଦି କ’ଣ ପାଇଁ? ସମୟ ଆସିଲେ କରିବି।

ହିନାଙ୍କ ବୟଫ୍ରେଣ୍ଡ ହେଉଛନ୍ତି ରକି ଜୟସ୍ୱାଲ। ୨୦୧୪ରୁ ହିନା ତାଙ୍କୁ ଡେଟ୍‌ କରୁଛନ୍ତି। ରକି ଲୋକପ୍ରିୟ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ପ୍ରଡ୍ୟୁସର।

ଯଦି ହିନାଙ୍କ କାମ କଥା କହିବା ତେବେ ନିକଟରେ ତାଙ୍କର ଏକ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି। ଏଥିରେ ଅରିଜତ ସିଂ କଣ୍ଠଦାନ କରିଛନ୍ତି। ଏହାର ପ୍ରମୋସନରେ ହିନା ଏବେ ବ୍ୟକସ୍ତ ଅଛନ୍ତି।

Comment