ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୯୦ଦଶକରେ ଜଣେ ଲୋକପ୍ରିୟ ନାୟିକା ଭାବେ ସେ ବେଶ୍‌ ପରିଚିତ ହାସଲ କରିଥିଲେ ରବିନା ଟଣ୍ଡନ। ବିଗତ ଦିନରେ ଅନିଲ କପୁର, ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଭଳି ଅଭନେତାଙ୍କ ସହ ରବିନାଙ୍କ ଯୋଡ଼ି ମଧ୍ୟ ଖୁବ୍‌ ଜମିଥିଲା। ଆଜି ଏହି ଲୋକପ୍ରିୟ ଅଭିନେତ୍ରୀ ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

୧୯୭୪ ମସିହା, ଅକ୍ଟୋବର ୨୬ ତାରିଖରେ ରବିନା ଜନ୍ମ ହୋଇଥିଲେ। ତାଙ୍କ ଡାକ ନାଁ ମୁନମୁନ।

୧୯୯୧ରେ ଫିଲ୍ମ ‘ପଥର କେ ଫୁଲ୍‌’ର ନିଜ କ୍ୟାରିୟର ଆରମ୍ଭ କରିଥିଲେ ରବିନା। ପରେ ଅଧିକାଂଶ ରୋମଣ୍ଟିକ ଫିଲ୍ମରେ କାମ କରି ବେଶ୍‌ ନାଁ କରିଥିଲେ ସେ।

ଖିଲାଡ଼ି କୁମାର ଅକ୍ଷୟ ସହିତ ବି ରବିନାଙ୍କ ନାଁ ଯୋଡ଼ା ଯାଇଥିଲା। କିନ୍ତୁ ରବିନା କେବେ ଏହାକୁ ସ୍ବୀକାର କରିନଥିଲେ। ରବିନା ୨୦୦୪ରେ ଅନିଲ ଥଡ଼ାନିଙ୍କୁ ବିବାହ କରିଥିଲେ।

ବିବାହ କରିବା ପୂର୍ବରୁ ରବିନା ଦୁଇ ଅନାଥ ଝିଅଙ୍କୁ ଆପଣେଇ ନେଇଥିଲେ। ଏହି ଦୁଇ ଝିଅ ହେଲେ ପୂଜା ଓ ଛାୟା। ବିବାହ ପରେ ରବିନା ଓ ଅନିଲଙ୍କ ୨ ଦୁଇ ସନ୍ତାନ ଅଛନ୍ତି।

Comment