ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ ଅଭିନେତ୍ରୀମାନେ ରାଜକୁମାରୀ ଚରିତ୍ରରେ ପରଦା ଉପରେ ଅଭିନୟ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତିକି ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମରେ ନୁହେଁ ବାସ୍ତବ ଜୀବନରେ ବି ଜଣେ ଜଣେ ରାଜକୁମାରୀ।

ମନୀଷା କୋଇରାଲା

ମନୀଷା କୋଇରାଲା ଜଣେ ଜଣାଶୁଣା ଅଭିନେତ୍ରୀ, ଯିଏକି ଇଣ୍ଡଷ୍ଟ୍ରୀକୁ ବହୁ ହିଟ୍ ଫିଲ୍ମ ଦେଇଛନ୍ତି।  ମନୀଷା ନେପାଳର ରାଜ ପରିବାରର ଅଟନ୍ତି। ତାଙ୍କ ପରିବାର ବର୍ଷ ବର୍ଷ ଧରି ନେପାଳ ରାଜନୀତିରେ ସକ୍ରିୟ ଅଛନ୍ତି। ମନୀଷାଙ୍କ ପିତା ନେପାଳର ପରିବେଶ ମନ୍ତ୍ରୀ ହୋଇଥିବାବେଳେ ତାଙ୍କ ଜେଜେବାପା ଏବଂ ଦୁଇ ମାମୁଁ ମଧ୍ୟ ନେପାଳର ପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।

ସୋହା ଅଲି ଖାନ

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ସୋହା ଅଲ୍ଲୀ ଖାନ ମଧ୍ୟ ବଲିଉଡରେ ବେଶ୍‌ ପରିଚିତ।  ସୋହାଙ୍କ ଜେଜେବାପା ଇଫତିଖର ଅଲି ଖାନ ପଟୌଦୀ ପରିବାରର ଅଷ୍ଟମ ନବାବ ଥିଲେ। ତାଙ୍କ ଜେଜେମା ସାଜିଦା ସୁଲତାନ ଭୋପାଳର ବେଗମ ଥିଲେ। ସୋହା ‘ଦିଲ୍ ମାଙ୍ଗେ ମୋର୍’, ‘ରଙ୍ଗ ଦେ ବସନ୍ତୀ’, ‘ଖୋୟା-ଖୋୟା ଚାନ୍ଦ’ ଏବଂ ‘ଶାଦି ନଂ ୧ ଭଳି ଫିଲ୍ମରେ କାମ କରିଛନ୍ତି।

ସାଗରିକା ଘାଟଗେ

‘ଚକ ଦେ ଇଣ୍ଡିଆ’ରେ ଅଭିନୟ କରିଥିବା ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟର ଜହିର ଖାନଙ୍କ ପତ୍ନୀ ସାଗାରିକା ଘାଟଗେ ମଧ୍ୟ ଜଣେ ରାଜକୁମାରୀ। ସାଗାରିକା କୋଲହାପୁରର ରାଜ ପରିବାର।  ବଲିଉଡର ଜଣାଶୁଣା ଅଭିନେତା ବିଜୟେନ୍ଦ୍ର ଘାଟଗେଙ୍କ ଝିଅ।

ଭାଗ୍ୟଶ୍ରୀ

ଫିଲ୍ମ ‘ମେନେ ପ୍ୟାର୍ କ୍ୟା’ରୁ ଡେବ୍ୟୁ କରିଥିବା ଭାଗ୍ୟଶ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଚେହେରା। ଭାଗାଶ୍ରୀ ମହାରାଷ୍ଟ୍ରର ସାଙ୍ଗଲିର ରାଜା ଶ୍ରୀମନ୍ତ ବିଜୟ ସିଂ ରାଓ ମାଧବ ରାଓ ପଟବର୍ଦ୍ଧନଙ୍କ ଝିଅ।

କିରଣ ରାଓ

ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ କିରଣ ରାଓ ତେଲେଙ୍ଗାନାର ରାଜ ପରିବାରର ଅଟନ୍ତି। ତାଙ୍କ ଜେଜେବାପା ଜେ। ରମେଶ୍ୱର ରାଓ ରାଜା ଥିଲେ। କିରଣ ବଲିଉଡ ଅଭିନେତା ଆମୀର ଖାନଙ୍କୁ ବିବାହ କରିଛନ୍ତି। କିରଣ ଫିଲ୍ମ ‘ଲଗାନ’ରୁ ସହ ସହକାରୀ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ‘ଦଙ୍ଗଲ’ ଏବଂ ‘ସିକ୍ରେଟ୍ ସୁପରଷ୍ଟାର’ ଭଳି ଫିଲ୍ମର ନିର୍ମାତା ମଧ୍ୟ ରହିଛନ୍ତି।

Comment