ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଜିଆ ଖାନ ମୃତ୍ୟୁ ମାମଲାରେ ନିର୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ସୁରଜ ପାଞ୍ଚୋଲି। ୧୦ ବର୍ଷ ପରେ ମୁମ୍ବାଇ ସ୍ପେସାଲ ସିବିଆଇ କୋର୍ଟ ଶୁକ୍ରବାର ଦିନ ସୁରଜଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

୨୦୧୩ ମସିହା ଜୁନ ୩ ତାରିଖରେ ସନ୍ଦେହଜନକ ଅବସ୍ଥାରେ ଜିଆ ଖାନଙ୍କ ମୃତଦେହ ମିଳିଥିଲା। ପୋଲିସକୁ ଜିଆଙ୍କର ହାତଲେଖା ଚିଠି ମିଳିଥିଲା। ଜିଆଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ୨୦୧୩ ମସିହା ଜୁନ ୧୦ ତାରିଖରେ ସୁରଜ ପାଞ୍ଚୋଲିଙ୍କୁ ଗିରଫ କରାଯାଇଥିଲା। ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଜାମିନ ମିଳିବା ପର୍ଯ୍ୟନ୍ତ ସୁରଜ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିଥିଲେ।

ଜିଆ ଖାନ ମୃତ୍ୟୁ ମାମଲାକୁ ୧୦ ବର୍ଷ ପୂରିବାକୁ ବସିଥିବାବେଳେ ଆଜି ଏହାର ଶୁଣାଣି କରି ମୁମ୍ବାଇ ସ୍ପେସାଲ ସିବିଆଇ କୋର୍ଟ ସୁରଜଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି।

କୋର୍ଟଙ୍କ ରାୟ ପରେ ସୁରଜ ଖୁସି ବ୍ୟକ୍ତ କରିବା ସହ “ସତ୍ୟର ସର୍ବଦା ଜୟ ହୁଏ” ବୋଲି କହିଛନ୍ତି।

Tags: #JiahKhan #BollywoodActress #DeathCase #SoorajPancholi #NotGuilty #MumbaiSpecialCBICourt

LEAVE A REPLY

Please enter your comment!
Please enter your name here