ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ଜନ ଅସନ୍ତୋଷ ବଢ଼ିବାକୁ ଲାଗିଛି। ମୃତ ସୁସ୍ମିତାଙ୍କ ପରିବାର, ଜିଲ୍ଲା ଆଦିବାସୀ ମଞ୍ଚ ଏବଂ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଉଥିବାବେଳେ ସୋମବାର ଦିନ ଧାରଣା ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)।

ସିବିଆଇ ତଦନ୍ତ ଦାବିରେ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଝଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା। ସୁସ୍ମିତା ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ଏହି ମାମଲାର ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି।

ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ପରିବାର ଲୋକେ ଯେଉଁ ୫ ଜଣଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି ସେମାନଙ୍କୁ କାହିଁକି ବର୍ତ୍ତମାନ ସୁଦ୍ଧା ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ଜେଏମଏମ।

ଅନ୍ୟ ପଟେ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ଗୁରୁଦ୍ଵାର ରୋଡରେ ରହିଥିବା ଏକ ହୋଟେଲର ମ୍ୟାନେଜର ଦିନେଶ ରାଏଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ ବନୀତା ମାଝି। ଦିନେଶଙ୍କ ବୟାନ ରେକର୍ଡ କରାଯାଇଛି।

ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲା ସେନସରୀ ପାର୍କରୁ ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଯାଇଥିଲା। ମୃତ୍ୟୁ ପୂର୍ବରୁ ସୁସ୍ମିତା ରାଧିକା ରିଜେନ୍ସିରେ ରହିଥିଲେ। ଏହା ପୂର୍ବରୁ ସେ ହୋଟେଲ ଅନୁରାଗର ରୁମ ନମ୍ବର ୨୦୫ରେ ରହିଥିଲେ। ଏହି ହୋଟେଲରୁ ଅନେକ ତଥ୍ୟ ସଂଗ୍ରହ କରାଯାଇଥିବା କହିଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର।

Tags: #Rourkela #AssistantCollectorSusmitaMinz #deathCase #JMM #Protest #demandCBIInvestigation

Comment