ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ବଦା ନିଜର ବୋଲ୍ଡନେସ ଏବଂ ବିବାଦ ପାଇଁ ପରିଚିତ ଥିବା ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ମାତ୍ର ୩୨ ବର୍ଷ ବୟସରେ ପରଲୋକ ହୋଇଛି। ସର୍ଭାଇକଲ କ୍ୟାନ୍ସରରେ ପୀଡ଼ିତ ପୁନମ ପାଣ୍ଡେଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏ ନେଇ ପୁନମଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦିଆଯାଇଛି।

ପୁନମ ପାଣ୍ଡେ ୨୦୧୩ ମସିହାରେ ବଲିଉଡ ସିନେମା ‘ନିଶା’ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ନିଜ ବିବାଦୀୟ ମନ୍ତବ୍ୟ ଏବଂ ପୋଷାକକୁ ନେଇ ପୁନମ ସର୍ବଦା ଚର୍ଚ୍ଚାରେ ରହିଆସୁଥିଲେ।

ପୁନମଙ୍କ ଦେହାନ୍ତ ଖବର ପରେ ତାଙ୍କ ଫ୍ୟାନ୍ସଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

Tags: #PoonamPandey #Death #Actress #BollywoodActress

LEAVE A REPLY

Please enter your comment!
Please enter your name here