ଓଡ଼ିଶାଲାଇଭ ବ୍ୟୁରୋ

ଖରାଦିନ ପାଇଁ ମଡ୍ ଥେରାପି ଅତ୍ୟନ୍ତ ଉପଯୋଗୀ। ଗରମ ଲାଗି ହେଉଥବୋ ବିଭିନ୍ନ ସମସ୍ୟାରୁ ଏହି ମୁକ୍ତି ଦେଇଥାଏା ତ୍ୱଚାକୁ ସୁରକ୍ଷିତ ରଖିବା ସହ ଏହା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏା

କେମିତି କରିବେ ପ୍ରୟୋଗ?

-ମଡ୍ ଥେରାପି ପାଇଁ ମୁଲତାନି ମାଟିର ବ୍ୟବହାର କରାଯାଏ। ଖରାଦିନେ ତ୍ୱଚାରେ ବ୍ରଣ ବାହାରୁଥିଲେ ମୁଲତାନି ମାଟି ଓ ନିମ୍ବପତ୍ରର ଏକ ପେଷ୍ଟ ତିଆରି କରନ୍ତୁ। ତାକୁ କିଛି ସମୟ ପାଇଁ ଲଗାଇ ଧୋଇଦେଲେ ମୁହଁ ସଫା ହେବା ସହିତ ଲୋମଛିଦ୍ର ମଧ୍ୟ ବନ୍ଦ ହୋଇଯିବ।

-ଅତ୍ୟଧିକ ଗ୍ୟାସ ସମସ୍ୟା, ଏସିଡିଟି, ଖାଦ୍ୟ ହଜମ ହେଉନଥିଲେ କିମ୍ବା କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ ଥିଲେ ପେଟର ତଳ ଅଂଶରେ ମୁଲତାନି ମାଟିର ପ୍ୟାକ୍ ଲଗାନ୍ତୁ। ଏହା ପେଟକୁ ଗରମ ହେବାକୁ ଦେବନାହିଁ, ପୁଣି କୋଷ୍ଠକାଠିନ୍ୟ ସମସ୍ୟାରୁ ବି ମୁକ୍ତି ମିଳିବ।

– ତରଳ ଝାଡ଼ା ହୋଇ ଶରୀରରୁ ଜଳୀୟ ଅଂଶ କମିଯାଇଥିଲେ ପେଟର ଉପର ଅଂଶରେ ମଡ୍ ପ୍ୟାକ୍ ଲଗାଇଲେ ଉପକାର ମିଳେ। ବାନ୍ତି ହେଉଥିଲେ ଏହି ପ୍ୟାକକୁ ଛାତିରେ ଲଗାନ୍ତୁ। ଉପମଶ ପାଇପାରିବେ।

-ତ୍ୱଚା ରୁକ୍ଷ ହୋଇଯାଇଥିଲେ ଏହି ପ୍ରାକୃତିକ ଉପାୟ ଖୁବ୍ ସହାୟକ ହୋଇଥାଏ। ଏଥିଲାଗି ମୁଲତାନି ମାଟିର ପ୍ୟାକରେ ଅଳ୍ପ ଟି ଟ୍ରି ତେଲ ମିଶାଇ ଲଗାନ୍ତୁ, ତୁରନ୍ତ ତାଜା ଲାଗିବ। ଏହା ବ୍ୟାକ୍ଟେରିଆକୁ ଦୂର କରୁଥିବାବେଳେ ଆଣ୍ଟି ଏଜିଂ କାମ ମଧ୍ୟ କରେ।

-ଆଖି କୁଣ୍ଡାଇ ହେବା ଏବଂ ଆଖିରେ ପାଣି ଆସିଯିବା ଭଳି ସମସ୍ୟା ହେଉଥିଲେ, ମୁଲତାନି ମାଟିର ପ୍ୟାକ୍ ଲଗାନ୍ତୁ। ଆଖିର ମାଂସପେଶୀକୁ ଆରାମ ଲାଗିବ। ଏହାଦ୍ୱାରା ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

– ଚର୍ମ ସମସ୍ୟା ଥିଲେ ମୁଲତାନି ମାଟିରେ ଗୋଲାପ ଜଳ, କର୍ପୁର ମିଶାଇ ପୂରା ଶରୀରରେ ଲଗାନ୍ତୁ। ତା’ ପରେ ଶରୀରକୁ କମ୍ବଳରେ ଢାଙ୍କି ଦିଅନ୍ତୁ।  ଘଣ୍ଟାଏ ପରେ ଗାଧାନ୍ତୁ। କିଛି ଦିନ ଲଗାତର ଏଭଳି କଲେ ଉପଶମ ପାଇବେ।

– ତ୍ୱଚାରେ ଆଲର୍ଜି ହେଉଥିଲେ ନିମ ତେଲ, କର୍ପୁର, ମେଥିଗୁଣ୍ଡ ଏବଂ ମୁଲତାନି ମାଟିକୁ ମିଶାଇ ଲଗାନ୍ତୁ।

-କାମର ଅତ୍ୟଧିକ ଚାପ ଯୋଗୁଁ ଅନେକ ସମୟରେ ମୁଣ୍ଡ ବିନ୍ଧିଥାଏ। ଏପରିସ୍ଥଳେ ମୁଣ୍ଡରେ ମୁଲତାନି ମାଟିର ପ୍ୟାକ୍ ଲଗାଇଲେ ଉପକାର ପାଇପାରିବେ।

-ତେବେ ମଡ୍ ଥେରାପି ନେଉଥିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତାହା ହେଲା ଥେରାପିର ୨୦ ମିନିଟ୍ ପରେ ହାଲକା ଖାଦ୍ୟ ଖାଇବା ଆବଶ୍ୟକ। ୪୫ ମିନିଟ୍ ପରେ ଆପଣ ପେଟପୁରା ଖାଇପାରିବେ। ମଡ୍ ଥେରାପିର ଅବଧି ଅତି କମରେ ୩୦ ମିନିଟ୍ ଏବଂ ସର୍ବାଧିକ ୧ ଘଣ୍ଟା ହେବା ଆବଶ୍ୟକ।

Comment