ଓଡ଼ିଶାଲାଇଭ ବ୍ୟୁରୋ

କ୍ୟାନସରରେ ପିଡୀତ ଟେଲି ଅଭିନେତ୍ରୀ ରାଜେସ୍ଵରୀ। ସେ ନିଜ ସୋସିଆଲ ଆକାଉଣ୍ଟ ଫେସବୁକରେ ନିଜ ରୋଗ ସମ୍ପର୍କରେ ସୂଚନା ଦେଇଛନ୍ତି।

ରାଜେଶ୍ୱରୀ ଏବେ ଫୁସଫୁସ୍ ଓ ବ୍ରେନ୍ କ୍ୟାନସରରେ ପୀଡିତ। ସେ ନିଜର ଦୁଇଟି ଫଟୋ ସେୟାର କରିବା ସହ ଲେଖିଛନ୍ତି, “ମୁଁ ବ୍ରେନ ଓ ଫୁସଫୁସ୍ କ୍ୟାନସ ସହ ସଂଘର୍ଷ କରୁଛି। ମୁଁ ନିଶ୍ଚିତ କି ଏହି ଲଢେଇରେ ଜିତିବି।”

ଏହାସହିତ ସେ ନିଜ ଫ୍ୟାନ ମାନଙ୍କ ଆଶିର୍ବାଦ ଲୋଡ଼ିଛନ୍ତି। ରାଜେଶ୍ୱରୀ ଏବେ ‘ତୋ ପାଇଁ’ ସିରିୟଲରେ ତାରା ପଟ୍ଟନାୟକ ଭୂମିକାରେ ଅଭିନୟ କରୁଛନ୍ତି।

ତେବେ ସେ କେଉଁଠି ଚିକିତ୍ସା ହେଉଛନ୍ତି ସେ ନେଇ ଅଧିକ କିଛି ସୂଚନା ଦେଇନାହାନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment