ଓଡ଼ିଶାଲାଇଭ ବ୍ୟୁରୋ

ଇଂଲଣ୍ଡ ଓ ୱେଲ୍ସରେ ମେ ୩୦ ରେ ଆରମ୍ଭ ହେବାକୁ ଯାଉଛି ୱାଲର୍ଡକପ। ଖେଳପ୍ରେମୀଙ୍କ ସହ ପୂରା ବିଶ୍ଵର ନଜର ଯେମିତି ଏବେ ଅଟକିଛି ଏହି ବିଶ୍ଵକପ ଉପରେ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ଟିମକୁ ୪୦ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ରାଶି ହେଉଛି ଏପର୍ଯ୍ୟନ୍ତର ସବୁଠୁ ଅଧିକ ଟଙ୍କା।

ଆଇସିସି ଅନୁାସାରେ ୪୬ଦିନ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ହାରିବା ଟିମକୁ ୨୦ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହାସହିତ ସେମିଫାଇନାଲ ଯାଏଁ ଯାଇଥିବା ଟିମକୁ ୮୦୦୦୦୦ ଡଲାର ରାଶି ଦିଆଯିବ।

ଲିଗ ମ୍ୟାଚ ଜିତିବା ଟିମକୁ ୪୦୦୦୦ ଡଲାର ପୁରସ୍କାର ରାଶି ଦିଆଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁଲାଇ ୧୪ରେ ଖେଳାଯିବ। ଏହା ଲଣ୍ଡନରେ ଅନୁଷ୍ଠିତ ହେବ। ସେହିପରି ସେମିଫାଇନାଲ ମ୍ୟାଚ୍ ମଞ୍ଚେଷ୍ଟରରେ ଅନୁଷ୍ଠିତ ହେବ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଇଂଲଣ୍ଡର ମେଜବାନ୍ ଷ୍ଟାଡିୟମରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟିଯାକ ଟିମ୍ ଏ ଯାଏଁ ଥରେ ବି ଟୁର୍ଣ୍ଣାମେଣ୍ଟର ବିଜେତା ହୋଇନାହାନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ଵର ୧୦ଟି ଦେଶର ଖେଳାଳୀ ଭାଗ ନେବେ। ତେବେ ପୂରା ବିଶ୍ଵ ଅପେକ୍ଷା କରିଛି ଏଥର ପୂରା ଟୁର୍ଣ୍ଣାମେଣ୍ଟରେ କେତେ ଭଳ ମ୍ୟାଚ୍ ଦେଖିବାକୁ ମିଳୁଛି ଓ କେଉଁ ଟିମ୍ ଏଥରର ତାଜ ପିନ୍ଧୁଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment