ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛିା ରାଜୀବ କୁମାରଙ୍କ ଗିରଫଦାରୀ ଉପରୁ କଟକଣା ଉଠାଇଛନ୍ତି କୋର୍ଟା ରାଜୀବଙ୍କୁ ଗିରଫ ପାଇଁ ସିବିଆଇର ଆବେଦନକୁ ମଞ୍ଜୁର କରି କୋର୍ଟ ଏହି ରାୟ ଶୁଣାଇଛନ୍ତିା

ସେପଟେ ଆଗୁଆ ଜାମିନ ପାଇଁ କୋର୍ଟ ତାଙ୍କୁ ୭ ଦିନ ସମୟ ଦେଇଛନ୍ତିା ଏବେ ସିବିଆଇ ରାଜୀବ କୁମାରଙ୍କୁ ଜେରା କରିପାରିବା

ରାଜୀବ କୁମାର ହେଉଛନ୍ତି କୋଲକାତାର ପୂର୍ବତନ ପୁଲିସ କମିଶନର ତଥା ସାରଦା ଚିଟଫଣ୍ଡ ଘୋଟଲାରେ ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସଆଇଟିର ମୁଖ୍ୟ ତଦନ୍ତ ଅଧିକାରୀ ଥିଲେ। ତଦନ୍ତ ବେଳେ ସେ ଅନେକ ମାମଲାକୁ ଲୁଚାଇବା ସଙ୍ଗେସଙ୍ଗେ ପ୍ରମାଣ ନଷ୍ଟ କରିଦେଇଥିବା ସିବିଆଇ ଅଭିଯୋଗ କରିଥିଲା।

ପୂର୍ବରୁ ଫେବ୍ରୁଆରି ୫ରେ ଏହି ମାମଲାର ଶୁଣାଣି କରି ରାଜୀବ କୁମାରଙ୍କୁ ଗିରଫ କରାଯାଇପାରିବନି ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଥିଲେ।

ହେଲେ ସିବିଆଇରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment