ଓଡ଼ିଶାଲାଇଭ ବ୍ୟୁରୋ

ଗତକିଛିଦିନ ହେବ ରାଜ୍ୟରେ ଅସହ୍ୟ ଖରାଗରମ ଅନୁଭୂତ ହେଉଛି। ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଉଛି। ଆଗକୁ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢ଼ିବ। ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବୋହୁଥିବାରୁ ଗରମ ବଢିବାନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ଚନ୍ଦ୍ର ସାହୁ।

“ଏହି ସମୟରେ ଆକାଶ ମେଘମୁକ୍ତ ରହିବ ଯାହା ତାପମାତ୍ରା ବୃଦ୍ଧିକରିବାରେ ସାହାର୍ଯ୍ୟ କରିଥାଏ। ମାର୍ଚ୍ଚରୁ ଜୁନ୍ ଦ୍ବିତୀୟ ସପ୍ତାହ ଭିତରେ ତାପମାତ୍ରା ବୃଦ୍ଧି ହୋଇଥାଏ।” ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ଓଡ଼ିଶାଲାଇଭକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି।

“ଏହି ସମୟରେ ସେମିତି କୌଣସି କାଳବୈଶାଖୀର ସମ୍ଭାବନା ନାହିଁ। ଯେଉଁଠି କେଉଁଠି କେମିତି କାଁ ଭାଁ ଅଛି ସେଠାରେ ସେହିଦିନ ହି ତାପମାତ୍ରା କମିବ। ସେମିତି କୌଣସି ଲଗାତାର ତାପମାତ୍ରା କମିବା ଦେଖାଯାଉନାହିଁ। ମଡେଲ ଅନୁସାରେ ଆଜିଠୁ ତାପମାତ୍ରା ବଢିବ। ଉପକୂଳରେ ୧୯ତାରିଖରୁ ତାତି ବଢ଼ିବାକୁ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୪ରୁ୨୫ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ବିଶେଷକରି ଉପକୂଳ ଓଡ଼ିଶାରେ ତାପମାତ୍ରା ୪୫ଡିଗ୍ରୀ ଛୁଇଁପାରେ।” ଏଭଳି ପୂର୍ବନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here