ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାରି ରହିଛି ମାତ୍ରାଧିକ ଗ୍ରୀଷ୍ମପ୍ରବାହ। ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ସବୁଆଡ଼େ ଖରା ଓ ଗୁଳୁଗୁଳି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ତେବେ ବୁଧବାର କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିଥିଲେ। ହେଲେ ଗୁରୁବାର ସକାଳୁ ରାଜ୍ୟର କିଛି ସହରର ତାପମାତ୍ରା ପୁଣି ୪୦ ଡିଗ୍ରୀ ପାର କରିଛି। ଏପ୍ରିଲ ୫ ତାରିଖ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁବାର ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ଵରରେ ସର୍ବାଧିକ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ଓ କେନ୍ଦୁଝରରେ ୪୦ ଡିଗ୍ରୀ, ସମ୍ବଲପୁରରେ ୩୯.୭ ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୪ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଗୁରୁବାର ପ୍ରବଳ ଖରା ନେଇ ଓଡ଼ିଶାର ୧୦ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେ ସବୁ ମଧ୍ୟରେ ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ଝାରସୁଗୁଡ଼ା ସାମିଲ ଅଛି।

ଅନ୍ୟପଟେ ଏପ୍ରିଲ ୫ ତାରିଖ ପରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସାରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।    

Tags: #HeatWave #Summer #Weather #MCBBSR #Odisha

LEAVE A REPLY

Please enter your comment!
Please enter your name here