ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନିକୁ ୧୫ଦିନ ବିତିଥିଲେ ବି ଏବେ ସମ୍ପୂର୍ଣ୍ଣ ଭାବେ ସବୁକିଛିର ସ୍ଥିତି ପୂର୍ବପରି ହୋଇନାହିଁ। ଫନିପରେ ପରିବାର ଦର ଆକାଶଛୁଆଁ ହୋଇଛି।

ପ୍ରାୟ ସବୁପରିବା ଦର ଦୁଇଗଣ ହୋଇଯାଇଛି। ଯାହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଉପରେ ପଡ଼ୁଛି।

ଏବେ ବଜାରରେ ବାଇଗଣ କିଲୋ ୫୦ଟଙ୍କା ଥିବାବେଳେ, ଟମାଟୋ ୬୦, କାକୁଡ଼ି ୬୦, ଆଳୁ ୨୫, ପୋଟଳ ୫୦, ସଜାନା ଛୁଇଁ ୧୦୦ଟଙ୍କା ରହିଛି।

ଲୋକେ ୫୦୦ଟଙ୍କା ନେଇ ହାଟକୁ ଗଲେ ବି ବ୍ୟାଗ୍ ପୁରୁନଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ବ୍ୟବସାୟୀଙ୍କ କହିବାକଥା ଫନି ପାଇଁ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲା ପ୍ରଭାବିତ ହୋଇଛି। ଯେଉଁଠୁ ପରିବା ରାଜଧାନୀ ଆସିଥାଏ।

ପରିବା ବଜାରକୁ ଆବଶ୍ୟକ ଅନୁସାରେ ଆସୁନଥିବାରୁ ଦର ଅଧିକ ରହୁଥିବା ବ୍ୟବସାୟୀ କହୁଛନ୍ତି। ଅନ୍ୟପଟେ ଏହା ଗ୍ରାହଙ୍କ ଲାଗି ଚିନ୍ତ ବଢ଼ାଇଦେଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment