ଓଡ଼ିଶାଲାଇଭ ବ୍ୟୁରୋ

ଅନିଶ୍ଚିତତା ଭିତରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇର ସ୍ନାତକତ୍ତୋର ପାଠ୍ୟକ୍ରମ ଲାଗି ହେବାକୁଥିବା ଅନଲାଇନ୍ ପରୀକ୍ଷୀ। କେବେ ପରୀକ୍ଷା ହେବ ତାହାକୁ ଛାତ୍ରଛାତ୍ରୀ ମାନେ ଅପେକ୍ଷା କରିଥିବା ବେଳେ କର୍ତ୍ତୃପକ୍ଷଙ୍କ ତରଫରୁ ଏ ଯାଏଁ କୌଣସି ତାରିଖ ଘୋଷଣା କରାନାହିଁ।

କର୍ତ୍ତୃପକ୍ଷଙ୍କ କହିବା କଥା ଇଣ୍ଟରନେଟ ସୁବିଧା ଠିକହେବା ପରେ ପରୀକ୍ଷା ଅନୁଷ୍ଠିତ ହେବ। ତେବେ କେବେ ଇଣ୍ଟରନେଟ ସବୁସ୍ଥାନରେ ଠିକ୍ ହେବ ଆଉ ପରୀକ୍ଷୀ ତାରିଖ ଘୋଷଣା ହେବ ତାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅବିଭାବକ।

ତେବେ ଓଜେଇଇ ଲାଗି ଅନଲାଇନ ପ୍ରବେଶିକା ପରୀକ୍ଷା ତାରିଖ ଯେତେ ଘୁଞ୍ଚିବ ସେପଟେ କଲେଜରେ ନମାଲେଖାଠୁ ଆରମ୍ଭକରି ପାଠପଢ଼ା ଯାଏଁ ସବୁକିଛି ବିଳମ୍ବ ହେବ।

ସ୍ନାତକୋତର ଏମବିଏ,ଏମସିଏ, ଏମ୍ ଟେକ୍ ଭଳି ପାଠ୍ୟକ୍ରମ ଲାଗି ଅନଲାଇନରେ ପ୍ରବେଶିକା ପରୀକ୍ଷା ହୋଇଥାଏ।

ପୂର୍ବରୁ ମେ ୧୩ରେ ରାଜ୍ୟରେ ଓଜେଇଇ ପ୍ରବେଶିକା ପରୀକ୍ଷା ନେଇ ତାରିଖ ଘୋଷଣା କରାଯାଇଥିଲା ଏଥିପାଇଁ ରାଜ୍ୟରେ ୧୦ଟି ସହରର ସେଣ୍ଟର ମାନ ମଧ୍ୟ କରାଯାଇଥିଲା। ମାତ୍ର ଫନି ଯୋଗୁଁ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ଅନ୍ୟପଟେ କେବେ ପରୀକ୍ଷା ହେବ ସେନେଇ କିଛି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ନହେବାରୁ ଛାତ୍ରଛାତ୍ରୀମାନେ ଚିନ୍ତାରେ ଅଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment