ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ ପାଇଁ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ହକି ଖେଳାଳି।

ଭୁବନେଶ୍ୱରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନ ଜଣା ଯାଇଛି। ଏହି ହକି ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଜୁନ ୬ରୁ ଆରମ୍ଭ ହେବା ଜୁନ ୧୪ରେ ସେମିଫାଇନାଲଓ ୧୫ରେ ଫାଇନାଲ ମ୍ୟାଚ ଖେଳାଯିବା ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଟିମ ମ୍ୟାଚ ଖେଳିବ । 

ଏହି ପ୍ରତିଯୋଗିତାର ୮ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଟୁର୍ଣ୍ଣାମେଣ୍ଟ ପାଇଁ ମେ’ ୧୪ରୁ ଟିକେଟ ବ୍ରିକ୍ରି ଆରମ୍ଭ ହୋଇଛି।

ସାଧାରଣ ମ୍ୟାଚ୍‌ରେ କଳିଙ୍ଗ ଷ୍ଟାଡିୟମ୍‌ ଇଷ୍ଟ ଷ୍ଟାଣ୍ଡ୍ ଟିକେଟର ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସେମିଫାଇନାଲ୍ ଓ ଫାଇନାଲ୍‌ରେ ୨୫୦ଟଙ୍କା ରହିଛି

ସେହିପରି ସାଉଥ୍ ଓ ନର୍ଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ରଖାଯାଇଥିବା ବେଳେ ସେମିଫାଇନାଲ୍ ଓ ଫାଇନାଲ୍ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment