ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷ୍ଟାରପ୍ଲସରେ ପ୍ରସାରିତ ହିନ୍ଦୀ ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ବଡ଼ ଟୁଇଷ୍ଟ ଆସିବାକୁ ଯାଉଛି। ସରିଏଲରେ ଏବେ କାର୍ତ୍ତିକ ଓ ନାୟରାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଦେଖଯାଉଛି।

ଦୁହିଁଙ୍କ ଭିତରେ ସୃଷ୍ଟି ହୋଇଥିବା ଫାଟ ଯୋଗୁଁ ଦୁହେଁ ଆଗାମୀ ଦିନରେ ସିରିଏଲରୁ ଅଲଗା ହେବାକୁ ଯାଉଛନ୍ତି।

ଏହାପରେ ସିରିଏଲରେ ୫ ବର୍ଷର ଲିପ୍ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।

୫ ବର୍ଷର ଲିପ ପରେ ଉଭୟଙ୍କ ଝିଅ ଉଭୟଙ୍କୁ ପୁଣି ଥରେ ଏକାଠି କରିବ। ଏହାକୁ ନେଇ ସିରିଏଲ କାହାଣୀ ଗତିଶୀଳ ହେବା

ତେବେ ପୂର୍ବରୁ ବି ସିରିଏଲ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସିରିଏଲରେ ଦର୍ଶକ ଲିପ୍କୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି।

ଆଗାମୀ ଦିନରେ ସିରିଏଲରେ ହେବାକୁ ଯାଉଥିବା ବଡ଼ ପରିବର୍ତ୍ତନକୁ ବି ଦର୍ଶକ ପସନ୍ଦ କରିବେ ବୋଲି ସିରିଏଲ ମେକର ଆଶାବାଦୀ ଅଛନ୍ତି।

Comment