ଓଡ଼ିଶାଲାଇଭ ବ୍ୟୁରୋ

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଦ୍ୱାରା ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ଆଜି  ଅନୁଷ୍ଠିତ ହେଉଛି।

ଦିନ ୧୦ଟାରୁ ଦିନ ୧ଟା ଯାଏଁ ପରୀକ୍ଷା ହୋଇଛି। ମେ ୫ରେ ଦେଶରେ ନିଟ୍ ପରୀକ୍ଷୀ ଅନୁଷ୍ଠିତ ହୋଇଥିବା ବେଳେ ଫନି ପାଇଁ ଓଡ଼ିଶାରେ ଏହି ପରୀକ୍ଷାର ତାରିଖ ସ୍ଥିର କରାଯାଇନଥିଲା।

ଡାକ୍ତରୀ ପାଠ୍ୟକ୍ରମ ଲାଗି ଏହି ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ ଇ ଆଡମିଟ୍ କାର୍ଡ ବାହାର କରିବାକୁ ନିର୍ଦ୍ଦେଶ ରହିଥିଲା।

ନିଟ୍ ଲାଗି ରାଜ୍ୟରେ ୭ଟି କେନ୍ଦ୍ର କରାଯାଇଛି। ଅନୁଗୋଳ, ବାଲେଶ୍ବର,ବ୍ରହ୍ମପୁର,କଟକ,ଭୁବନେଶ୍ବର,ସମ୍ବଲପୁର ଓ ରାଉରକେଲାରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଅଫ ଲାଇନରେ ଅନୁଷ୍ଠିତ ହେବ।

ପରୀକ୍ଷା ରେଜଲ୍ଟ ଜୁନ୍ ୫ରେ ଆସିବାକୁ ଥିବା ବେଳେ ଜୁନ୍ ୧୩ରୁ କାଉନସେଲିଂ ଆରମ୍ଭ ହେବ। ଚଳିତ ବର୍ଷ ୧୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରେଜିଷ୍ଟ୍ରେସନ କରିଛନ୍ତି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

 

LEAVE A REPLY

Please enter your comment!
Please enter your name here