ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିଛି ମାଟ୍ରିକ ପରୀକ୍ଷା ଫଳ। ୨୮୯ଟି ସ୍କୁଲରେ ପାସ୍ ହାର ଶତ ପ୍ରତିଶତ ହୋଇଥିବା ବେଳେ ୮୨ଟି ସ୍କୁଲରେ ଫଳାଫଳ ଶୂନ ରହିଛି। ଶୂନ ଫଳାଫଳ ଆସିଥିବା ସ୍କୁଲ ଉପରେ ରାଜ୍ୟ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା’ ଉପରେ ନଜର ରହିଛି।
୨୦୧୮ରେ ୩୬ଟି ସ୍କୁଲର ରେଜଲ୍ଟ ଶୂନ ରହିଥିଲା। ସେହିପରି ୨୦୧୭ରେ ୨୨ଟି ସ୍କୁଲର ଫଳାଫଳ ଶୂନ ରହିଥିଲା। ଚଳିତ ବର୍ଷ ଅଧିକ ସ୍କୁଲରେ ଫଳାଫଳ ଶୂନ ହୋଇଥିବାରୁ ବୋର୍ଡ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।
ଚଳିତ ବର୍ଷ ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଏହା ୫ ପ୍ରତିଶତ କମ୍। ଗତ ବର୍ଷ ୭୬.୨୩ ପ୍ରତିଶତ ପାସ୍ ହାର ରହିଥିଲା।

















