ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୦୭ ପ୍ରତିଶତ। ରାଜ୍ୟର ୨୬୪୪ଟି ସ୍କୁଲରେ ଚଳିତ ବର୍ଷ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

ପାସ୍ ହାରରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି। ଏଠାରେ ପାସ୍ ହାର ରହିଛି ୯୭.୯୮ ପ୍ରତିଶତ। ଏହି କ୍ଷେତ୍ରରେ ସବୁଠାରୁ ପଛରେ ପଡ଼ିଯାଇଛି ନୂଆପଡ଼ା ଜିଲ୍ଲା। ଏଠାରେ ପାସ୍ ହାର ସର୍ବନିମ୍ନ ୯୩.୯୧ ପ୍ରତିଶତ ରହିଛି।

ଜାଣନ୍ତୁ ପ୍ରତି ଜିଲ୍ଲାର ପାସ୍ ହାର

  • କଟକ – ୯୭.୫୮ ପ୍ରତିଶତ
  • ଜଗତସିଂହପୁର – ୯୭.୬୦ ପ୍ରତିଶତ
  • କେନ୍ଦ୍ରପଡ଼ା – ୯୫.୭୭ ପ୍ରତିଶତ
  • ଯାଜପୁର – ୯୫.୯୨ ପ୍ରତିଶତ
  • ଅନୁଗୁଳ – ୯୬.୬୩ ପ୍ରତିଶତ
  • ଢେଙ୍କାନାଳ – ୯୫.୧୨ ପ୍ରତିଶତ
  • ପୁରୀ – ୯୬.୭୬ ପ୍ରତିଶତ
  • ଖୋର୍ଦ୍ଧା – ୯୭.୯୮ ପ୍ରତିଶତ
  • ନୟାଗଡ଼ – ୯୬.୨୩ ପ୍ରତିଶତ
  • ବାଲେଶ୍ଵର – ୯୬.୧୦ ପ୍ରତିଶତ
  • ଭଦ୍ରକ – ୯୬.୭୩ ପ୍ରତିଶତ
  • କେନ୍ଦୁଝର – ୯୪.୮୦ ପ୍ରତିଶତ
  • ମୟୂରଭଞ୍ଜ – ୯୫.୭୦ ପ୍ରତିଶତ
  • ଗଜପତି – ୯୭.୦୮ ପ୍ରତିଶତ
  • ଗଞ୍ଜାମ – ୯୭.୦୬ ପ୍ରତିଶତ
  • ବୌଦ୍ଧ – ୯୫.୪୯ ପ୍ରତିଶତ
  • କନ୍ଧମାଳ – ୯୬.୬୦ ପ୍ରତିଶତ
  • କଳାହାଣ୍ଡି – ୯୫.୮୬ ପ୍ରତିଶତ
  • ନୂଆପଡ଼ା – ୯୩.୯୧ ପ୍ରତିଶତ
  • ବରଗଡ଼ – ୯୭.୬୪ ପ୍ରତିଶତ
  • ସମ୍ବଲପୁର – ୯୬.୭୩ ପ୍ରତିଶତ
  • ଦେବଗଡ଼ – ୯୬.୭୧ ପ୍ରତିଶତ
  • ଝାରସୁଗୁଡ଼ା – ୯୭.୨୮ ପ୍ରତିଶତ
  • ବଲାଙ୍ଗିର – ୯୪.୩୯ ପ୍ରତିଶତ
  • ସୋନପୁର – ୯୭.୧୧ ପ୍ରତିଶତ
  • ସୁନ୍ଦରଗଡ଼ – ୯୭.୨୪ ପ୍ରତିଶତ
  • କୋରାପୁଟ – ୯୪.୮୨ ପ୍ରତିଶତ
  • ମାଲକାନଗିରି – ୯୫.୦୪ ପ୍ରତିଶତ
  • ନବରଙ୍ଗପୁର – ୯୪.୮୮ ପ୍ରତିଶତ
  • ରାୟଗଡା – ୯୬.୧୬ ପ୍ରତିଶତ

୨୦୨୪ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି। ଏଥିର ଛାତ୍ରୀମାନଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିଲାବେଳେ ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୩୯ ପ୍ରତିଶତ।

ଓଡ଼ିଶାରେ ଚଳିତବର୍ଷ ଫେବ୍ରୁଆରି ୧୬ ତାରିଖରୁ ମାର୍ଚ୍ଚ ୪ ତାରିଖ ଯାଏଁ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ରାଜ୍ୟର ୩,୦୪୭ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Tags: #MatricResults2024 #Students #MatricExam #BSEOdisha #Education

LEAVE A REPLY

Please enter your comment!
Please enter your name here