ଓଡ଼ିଶାଲାଇଭ୍ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ  ଚଳିତ ବର୍ଷର ମାଟ୍ରିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ କରି କୃତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘‘ଦଶମ ବୋର୍ଡ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି’’, ଟୁଇଟରେ ଲେଖିଛନ୍ତି ନବୀନ।

ଚଳିତ ବର୍ଷ ପରୀକ୍ଷା ୫ ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ  ପାସ କରିଛନ୍ତି ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ।

ମୋଟ ୨ ଲକ୍ଷ ୫ ହଜାର ୪୭୦ ଜଣ ଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୧ ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ୍‌ କରିଛନ୍ତି।

Comment