ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ମେ’ ୩୦ରେ ଆରମ୍ଭ ହେବାକୁ ଯାଉଛି ୨୦୧୯ କ୍ରିକେଟ୍‌ ବିଶ୍ୱକପ। ସେଥିପାଇଁ ଲଣ୍ଡନରେ ପହଞ୍ଚିସାରିଛି ଭାରତୀୟ କ୍ରିକେଟ ଟିମ୍‌। ଭାରତକୁ ମିଶାଇ ମୋଟ ୧୦ଟି ଦେଶ  ବିଶ୍ୱକପରେ ଭାଗ ନେଇଛନ୍ତି। ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷୀଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟ୍‌ଇଣ୍ଡିଜ୍‌। ବର୍ତ୍ତମାନ ସମସ୍ତଙ୍କ ନଜର ୨୦୧୯ କ୍ରିକେଟ୍‌ ବିଶ୍ୱକପ ଉପରେ।

ସବୁଠୁ ବଡ଼ କଥା ହେଉଛି, ଆସନ୍ତା ଜୁନ୍‌ ୧୬ରେ ଭାରତ ଓ ପାକିସ୍ତାନ ମୁହାମୁହିଁ ହେବେ। ମେ’୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବାକୁ ଥିବା କ୍ରିକେଟ ବିଶ୍ୱକପର ମହାକୁମ୍ଭରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିବା ନେଇ କ୍ରିକେଟ୍‌ପ୍ରେମୀ ଆଶାବାଦୀ ଅଛନ୍ତି।

ଟିମ୍‌ ଇଣ୍ଡିଆ ବିଶ୍ୱକପ ପାଇଁ ଇଂଲଣ୍ଡ ଗସ୍ତ କରିଛନ୍ତି। ଗସ୍ତ କରିବା ପୂର୍ବରୁ ଅଧିନାୟକ ବିରାଟ କୋହଲି ଭାରତ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏହା ପୂର୍ବରୁ ଟିମ ଇଣ୍ଡିଆ ୨ ଥର ଅର୍ଥାତ ୧୯୮୩ କପିଲ ଦେବଙ୍କ ଅଧିନାୟକତ୍ୱରେ ଏବଂ ୨୦୧୧ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଜିତିଛି। ତେବେ ଚଳିତ ଥର କୋହଲି ବାହିନୀ ଭାରତକୁ ବିଜୟ ମୁକୁଟ ପିନ୍ଧାଇ ପାରନ୍ତି ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

Comment