ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଗଣତନ୍ତ୍ରର ସବୁଠୁ ବଡ଼ ପର୍ବର ରେଜଲ୍ଟ ଆଜି ଆସିବାକୁ ଯାଉଛି। ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ିବାକୁ ଲାଗିଛି। ତେବେ ନବୀନ ପଟ୍ଟନାୟକ ଲଢ଼ିଥିବା ଦୁଇଟି ଯାକ ଆସନରେ ଓଡ଼ିଶାବାସୀଙ୍କ ନଜର ରହିଛି।

ନବୀନ ପ୍ରଥମ ଥର ଲାଗି ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଗୋଟିଏ ହେଉଛି ସେ ନିର୍ବାଚନ ଲଢ଼ିଆସୁଥିବା ହିଞ୍ଜିଳି ଆସନ ଅନ୍ୟଟି ହେଉଛି ବିଜେପୁର।

ଏକଜାଟ୍ ପୋଲ ଆସିବା ପୂର୍ବରୁ ଯେଉଁ ଏକଜିଟ୍ ପୋଲ ଆସିଛି ସେଥିରେ ନବୀନ ଦୁଇଟି ଯାକ ଆସନରୁ ନିର୍ବାଚନ ଜିତିବେ ବୋଲି ଅନୁମାନ କରାଯାଉଛି। ତେବେ ନବୀନ ଯଦି ଜିତୁଛନ୍ତି କେତେ ଭୋଟରେ ଜିତୁଛନ୍ତି, କେଉଁଠୁ ସେ ପ୍ରତିନିଧିତ୍ୱ କରିବେ ଏ ସବୁ ଏବେ ଅସ୍ପଷ୍ଟ। ଏହାରି ଭିତରେ ସମସ୍ତଙ୍କ ନଜର ନିର୍ବାଚନ ଫଳାଫଳ ଉପରେ ରହିଛି।

LEAVE A REPLY

Please enter your comment!
Please enter your name here