ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ କାଉଣ୍ଟଡାଉନ୍‌। ୨୦୧୯ କ୍ରିକେଟ ବିଶ୍ୱକପକୁ ଆଉ ମାତ୍ର ୬ ଦିନ ବାକି ରହିଲା। ତେବେ ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ୱାର୍ମଅପ୍ ମ୍ୟାଚ୍‌। ଆସନ୍ତାକାଲି ୱାର୍ମଅପ୍ ମ୍ୟାଚ୍‌ରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ ଟିମ୍‌।

ଲଣ୍ଡନର କେନିଂଟନ୍‌ ଓଭାଲ ଷ୍ଟାଡିୟମ୍‌ରେ ଏହି ୱାର୍ମଅପ୍ ମ୍ୟାଚ୍‌ ଖେଳାଯିବ। ସ୍ଥାନୀୟ ସମୟ ଅନୁସାରେ ସକାଳ ୧୦.୩୦ରେ ଏହି ମ୍ୟାଚ ହେବ। ତେବେ ଆସନ୍ତାକାଲି ମ୍ୟାଚ୍‌ରେ ଆହତ କାରଣରୁ ନ୍ୟୁଜିଲାଣ୍ଡ ଟିମ୍‌ର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ ଖେଳିବେ ନାହିଁ। ତାଙ୍କ ବଦଳରେ ଟମ୍ ବ୍ଲଣ୍ଡେଲ୍ ଟିମ୍‌ରେ ଭର୍ତ୍ତି ହୋଇଛନ୍ତି।

ଆସନ୍ତା ମେ’ ୩୦ରେ ଲଣ୍ଡନ ଏବଂ ୱେଲ୍ସରେ ଖେଳାଯିବ ୨୦୧୯ କ୍ରିକେଟ ବିଶ୍ୱକପ୍‌ର ମହାକୁମ୍ଭ। ଏଥିପାଇଁ ବିଶ୍ୱକପ ଭାଗ ନେଉଥିବା ମୋଟ ୧୦ଟି ଟିମ୍‌ ଲଣ୍ଡନରେ ପହଞ୍ଚି ସାରିଛନ୍ତି। ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ଭାରତକୁ ସାମ୍ନା କରିବାକୁ ପଡ଼ିବ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମକୁ।

Comment