ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏନଡିଏର ନେତା ଭାବେ ନରେନ୍ଦ୍ର ମୋଦି ଚୟନ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ସରକାର ଗଠନ ପାଇଁ ଦାବି କରିଛନ୍ତି ମୋଦି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଏନଡିଏର ନେତାମାନେ ରାଷ୍ଟ୍ରପତି ଭବନ ଯାଇଥିଲେ। ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସିରୋମଣି ଅକାଳୀ ଦଳର ନେତା ପ୍ରକାଶ ସିଂହ ବାଦଲ, ବିଜେପି ବରିଷ୍ଠ ନେତା ରାଜନାଥ ସିଂହ, ସୁଷମା ସ୍ୱରାଜ, ନୀତିନ ଗଡ଼କରୀ, ଜେଡିୟୁ ନେତା ନୀତିଶ କୁମାର, ଏଲଜେପି ନେତା ରାମବିଲାସ ପାସୱାନ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ରାଷ୍ଟ୍ରପତିଙ୍କୁ ଭେଟିଥିଲେ।

ଶନିବାର ଅପରାହ୍ଣରେ ଏନଡିଏର ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ନରେନ୍ଦ୍ର ମୋଦିଙ୍କୁ ନେତା ଭାବେ ଚୟନ କରାଯାଇଥିଲା। ଚଳିତ ନିର୍ବାଚନରେ ଏନଡିଏ ୩୫୩ ଆସନ ପାଇଛି। ଏଣୁ କେନ୍ଦ୍ରରେ ସରକାର ଗଠନ କରିବାକୁ ଦାବି କରିଛି ଏନଡିଏ।

Comment