ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଶୋଚନୀୟ ଭାବେ ପରାଜିତ ହୋଇଛି। ପରାଜୟର ସମୀକ୍ଷା ପାଇଁ ଶୁକ୍ରବାର ନୂଆ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି) ପକ୍ଷରୁ ବୈଠକ ବସିଥିଲା। ବୈଠକରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ କମିଟି ସଦସ୍ୟ ଏହାକୁ ଗୃହୀତ କରିନଥିବା ସୂଚନା ମିଳିଛି।

ସୂଚନା ମୁତାବକ, ନିର୍ବାଚନରେ କଂଗ୍ରେସ ପାର୍ଟିର ବିପର୍ଯ୍ୟୟ ଘଟିବା ପରେ ରାହୁଲ ଗାନ୍ଧି ଇସ୍ତଫା ଦେବା ନେଇ ଅଟଳ ଥିଲେ। ତେବେ ଆଜି ବୈଠକ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଇସ୍ତଫା ନଦେବାପାଇଁ ରାହୁଲଙ୍କୁ ବୁଝାଇ ଥିଲେ। ସେହିପରି କମିଟିର ସମସ୍ତ ସଦସ୍ୟ ରାହୁଲ ଗାନ୍ଧିଙ୍କୁ ଇସ୍ତଫା ନଦେବାକୁ ଅନୁରୋଧ କରିଥିଲେ।

ବୈଠକରେ ରାହୁଲ ଗାନ୍ଧି ଚଳିତ ନିର୍ବାଚନରେ ହାରିବାକୁ ସ୍ୱୀକାର କରି ଇସ୍ତଫା ଦେବାକୁ ପ୍ରସ୍ତବ ଦେଇଥିଲେ। ହେଲେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହାକୁ ଖାରଜ କରିଛନ୍ତି।

Comment