ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ କିଆରା ଆଡୱାନୀଙ୍କର ଏବେ ଭଲ ସମୟ ଚାଲିଛି। ଅର୍ଥାତ ତାଙ୍କ ହାତରେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମର ଅଫର। ସେ ଏବେ କବୀର ସିଂର ସୁଟିଂରେ ବିଜି ଅଛନ୍ତି, ଯାହା ଜୁନ୍ 21ରେ ପରଦାକୁ ଆସିବ। ଏବେ କିଆରାଙ୍କ ପାଖରେ ଆଉ ଏକ ଫିଲ୍ମ ରହିଛି, ଯାହାର ଟାଇଟଲ ରହିଛି ‘ଇନ୍ଦୁ କି ଜୱାନୀ’। ଏଥରେ ସେ ଲିଡ୍ ରୋଲରେ ନଜର ଆସିବେ। ଏନେଇ କିଆରା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି।

 କିଆରା ଟୁଇଟ୍ କରି ଲେଖିଛନ୍ତି ଯେ, “ଇନ୍ଦୁ କି ଜୱାନୀ, ଯେଉଁଥିରେ ମୁଁ ଲିଡ୍ ରୋଲରେ ଅଭିନୟ କରୁଛି। ଏହି ଫିଲ୍ମକୁ ନେଇ ମୁଁ ଉତ୍ସାହିତ ଅଛି। ଫିଲ୍ମଲାଗି ଆମେ ଆପଣଙ୍କ ଭଲପାଇବା ଓ ସହଯୋଗ ଆବଶ୍ୟକ କରୁଛୁ।”

ଏହି ଫିଲ୍ମକୁ ନେଇ ନିଖିଲ ଆଡୱାନୀ କହିଛନ୍ତି ଲେଖକ-ନିର୍ଦ୍ଦେଶକ ଅବରୀ ସେନଗୁପ୍ତା କହିଛନ୍ତି ଏହା ଏକ ସୁନ୍ଦର ପଟ୍ଟକଥା ଉପରେ ଆଧାରିତ ଫିଲ୍ମ। କିଆରା ଆଡୱାନୀ ଏବେ ତାଙ୍କ କ୍ୟାରିୟରର ନିର୍ଣ୍ଣାୟକ ମୋଡରେ ପହଞ୍ଚିଛନ୍ତି। ତାଙ୍କର ‘ଗୁଡ୍ ନ୍ୟୁଜ୍, କବୀର ସିଂ, ଶେରଶାହ ଓ କାଞ୍ଚନା’ର ରିମେକ ବି ରିଲିଜ୍ ହେବାଲାଗି ପ୍ରସ୍ତୁତ୍ ହେଉଛନ୍ତି।

Comment