ଓଡ଼ିଶାଲାଇଭ ବ୍ୟୁରୋ

ତାଜମହଲ ଦେଶର ପ୍ରଥମ ଏମିତି ଏକ ପର୍ଯ୍ୟଟନ ସ୍ଥଳୀ ହେବାକୁ ଯାଉଛି ଯେଉଁଠି ପିଲାଙ୍କୁ କ୍ଷୀର ଖୁଆଇବା ଲାଗି ଏକ ଅଲଗା ରୁମ୍ ତିଆରି ହେବ। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଏହି ପଦକ୍ଷେପ ଆପଣାଇବାର ଉଦ୍ଦେଶ୍ୟ, ମହିଳାଙ୍କୁ ପ୍ରାଇଭେସିକୁ ଗୁରୁତ୍ବ ଦେବା। ଏଏସଆଇ ଅଧିକାରୀଙ୍କ ସୂଚନାନୁସାରେ ମହିଳାଙ୍କ ଏହି ବିଶେଷ ରୁମ୍ ଜୁଲାଇ ସୁଦ୍ଧା ତିଆରି ହୋଇଯିବ।

ମହିଳାଙ୍କ ଲାଗି ହେବ ସୁବିଧା

ଏବେ ତାଜମହଲ ଭିତରେ ନିଜ ପିଲାକୁ ଭୋକ ହେଲେ ମହିଳାମାନେ କେଉଁ କୋଣ ଖୋଜିଥାନ୍ତି ନହେଲେ ଓଢଣା କି ଶାଢ଼ୀର ସାହାରା ନେବାକୁ ପଡ଼ୁଥିଲା। ମାତ୍ର ବିଶେଷ ରୁମର ବ୍ୟବସ୍ଥା କରାଗଲେ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି ମହିଳାମାନଙ୍କୁ।
ଦେଶରେ ଖୋଲାରେ ପିଲାଙ୍କୁ କ୍ଷୀର ଖୁାଇବାକୁ ଠିକ୍ ବୋଲି କୁହାଯାଇନଥାଏ। ଗତବର୍ଷ କୋଲକାତାରେ ଏକ ମଲରେ ଏହି ଘଟଣାକୁ ନେଇ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ ବି ହୋଇଥିଲା। ଏହାର କାରଣ ଥିଲା ସେଠାରେ ଜଣେ ମହିଳାଙ୍କୁ ତାଙ୍କ ପିଲାକୁ କ୍ଷୀର ଖୁଆଇବାଲାଗି ଅନୁମତି ମିଳିନଥିଲା।
ପ୍ରତିବର୍ଷ ୮୦ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି ତାଜମହଲ ବୁଲିବାକୁ

ତାଜମହଲ ଦେଖିବାକୁ ପ୍ରତିବର୍ଷ ୮୦ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଏଏସଆଇ ରିପୋର୍ଟ ଅନୁସାରେ ଦେଶର ୩୬୦୦ ରାଷ୍ରୀୟ ସ୍ମାରକ ମଧ୍ୟରୁ ତାଜମହଲ ପ୍ରଥମ ପର୍ଯ୍ୟଟନ ସ୍ଥଳୀ ହେବ ଯେଉଁଠି ପିଲାଙ୍କୁ କ୍ଷୀର ଖୁଆଇବା ଲାଗି ଅଲଗା ରୁମ୍ ତିଆରି କରାଯିବ। ଶାହାଜାନ୍ ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ବନାଇଥିଲେ।

Comment