ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ ପାଇଁ ଆଜି ଭାରତୀୟ ହକି ଦଳ ଘୋଷିତ ହୋଇଛିା ୧୮ ଜଣିଆ ଭାରତୀୟ ଦଳରେ ୨ ଓଡ଼ିଆ ହକି ଖେଳାଳି ସାମିଲ ହୋଇଛନ୍ତିା ଏହି ଦୁଇ ଓଡ଼ିଆ ଖେଳାଳି ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ।  ବୀରେନ୍ଦ୍ର ଲାକ୍ରାଙ୍କୁ ଦଳ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛିା

ଦଳରେ ଦୁଇ ଓଡ଼ିଆ ଖେଳାଳିଙ୍କ ସାମିଲ ପରେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତିା ଏନେଇ ସେ ଟୁଇଟ କରିଛନ୍ତି।

ଜୁନ୍ ୬ରୁ କଳିଙ୍ଗ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ଜୁନ ୧୪ରେ ସେମିଫାଇନାଲଓ ୧୫ରେ ଫାଇନାଲ ମ୍ୟାଚ ଖେଳାଯିବା ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଟିମ ମ୍ୟାଚ ଖେଳିବ ।

Comment