ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ବିଜେପିରେ ଏବେ ଚର୍ଚ୍ଚା ଜୋର ଧରିଛି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାହାକୁ ଦାୟିତ୍ୱ ଦିଆଯିବ? ଯଦି ବର୍ତ୍ତମାନର ସଭାପତି ଅମିତ ଶାହ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତି ତେବେ ତାଙ୍କ ସ୍ଥାନରେ କିଏ ନୂଆ ସଭାପତି ହେବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଶାହ ଖୁବ୍ ସମ୍ଭତଃ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବେ।

ଯଦି ଶାହ କେନ୍ଦ୍ର ମନ୍ତ୍ରୀ ହୁଅନ୍ତି ତେବେ ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ସୂତ୍ର ଅନୁସାରେ ତାଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେବ। ଯଦି ତାହା ହୁଏ ଜେପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ସଭାପତି କରାଯାଇପାରେ। କହି ରଖିବା ଉଚିତ ହେବ ଯେ ସମ୍ପର୍କରେ ନଡ୍ଡା ଓ ଧର୍ମେନ୍ଦ୍ର ଭିଣୋଇ ଓ ଶାଳକ।

Comment