ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ମଧୁମେହ ଏକ ପ୍ରମୁଖ ରୋଗ ପାଲଟିଛି। ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁ ବହୁ ଲୋକ ଏହାର ଶିକାର ହେଉଛନ୍ତି। ତେବେ ଏହାକୁ ନିୟନ୍ତ୍ରଣ କରିବାରେ ଗିଲୋୟ ସହାୟକ ହୋଇପାରିବ।

ଗିଲୋୟରେ ହାଇପୋଗ୍ଲେସୋମିକ୍ ଗୁଣ ରହିଥାଏ ଯାହାକି ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରିଥାଏ।

ଆଖି ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ। ଆଖିର ବିଭିନ୍ନ ପ୍ରକାର ସମସ୍ୟାକୁ ଦୂର କରିବା ସହିତ ଏହା ଆଖିକୁ ଠିକ୍ ରଖିଥାଏ।

ଏହାଛଡ଼ା ପାଚନ ତନ୍ତ୍ରକୁ ଠିକ୍ ରଖିବାରେ ମଧ୍ୟ ଗିଲୋୟ ଉପକାରୀ ସାବ୍ୟସ୍ତ ହୋଇଥାଏ। ବଦହଜମି, କୋଷ୍ଠକାଠିନ୍ୟ, ଗ୍ୟାସ୍ ଇତ୍ୟାଦି ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଯାହାଫଳରେ ଥଣ୍ଡା, କାଶ ଆଦି ସହଜରେ ହୁଏ ନାହିଁ।

Comment