ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦିନକପରେ ପଞ୍ଚମ ଥର ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦାନ ଲାଗି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏହାସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ନିମନ୍ତ୍ରଣ ରହିଛି। ଏମାନଙ୍କ ବ୍ୟତିତ୍ ମେକ୍ ଇନ୍ ଓଡ଼ିଶା କନକ୍ଲେଭର କିଛି ଶିଳ୍ପପତିଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି।

ନବୀନ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଆସନ୍ତାକାଲି ୧୦.୩୦ରେ ଶପଥ ନେବେ। ରାଜ୍ୟପାଳ ଗଣେଷୀ ଲାଲ୍ ଏମାନଙ୍କୁ ଶପଥ ପାଠ କରାଇବେ।

ବାତ୍ୟା ଫନି ଲାଗି ଏଥର ନିରାଡମ୍ବର ଭାବେ ଶପଥ ଉତ୍ସବ ପାଳିବା ନେଇ ବିଜେଡି ପକ୍ଷରୁ କୁହାଯାଇଛି। ଏଥର ରାଜଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ପାଳନ କରାଯିବ ସେଥିଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ୍ ପ୍ରସ୍ତୁତି କରାଯାଉଛି।

Comment