ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଣିପାଗ ବଦଳିବା ସହିତ ବ୍ୟାକ୍ଟେରିଆ ସଂକ୍ରମଣର ଶିକାର ହେଲେ ସର୍ବପ୍ରଥମେ ଗଳାରେ ସଂକ୍ରମଣ ହୋଇଥାଏ। ତେବେ ଏହାକୁ ଉପଚାର ପାଇବା ଘରୋଇ ଉପାୟ ଆପଣାନ୍ତୁ।

ସଂକ୍ରମଣ ହୋଇ ଗଳା ଦରଜ ଲାଗୁଥିଲେ ସବୁଠୁ ଭଲ ଉପାୟ ହେଲା ଗରମ ପାଣିରେ ଲୁଣ ମିଶାଇ କୁଳି କରିବା। ଦିନକୁ ୨-୩ ଥର ଏପରି କରନ୍ତୁ। ଲୁଣ କଫକୁ ବାହାର କରିବା ସହିତ ସଂକ୍ରମଣ ଯୋଗୁ ହୋଇଥିବା ଫୁଲାକୁ କମାଏ।

ମହୁରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ। ତେଣୁ ଗଳା ସଂକ୍ରମଣରୁ ରକ୍ଷା ପାଇବା ଲାଗି ନଖଉଷୁମ ଗରମ ପାଣିରେ ଚାମଚେ ମହୁ ମିଶାଇ ପିଅନ୍ତୁ।

ଅଦା ମଧ୍ୟ ଏହି ସମୟରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଇଚ୍ଛାହେଲେ ଚା’ରେ ଅଦା ପକାଇ ପିଇପାରିବେ। ନହେଲେ ଗରମ ପାଣିରେ ଅଦା ପକାଇ ଫୁଟାଇ ପିଅନ୍ତୁ।

ଲବଙ୍ଗ, ତୁଳସୀ, ଅଳେଇଚ, ଗୋଲମରିଚ ପ୍ରଭୃତି ମିଶାଇ ଫୁଟାନ୍ତୁ। ସେଥିରେ ଚା’ ପତି ପକାଇ ଗରମ ଗରମ ପିଅନ୍ତୁ।

Comment