ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକା ସମୟରେ ଅନେକ ମୋଟାପଣ ପାଇଁ ଚିନ୍ତିତ। ସେମାନେ ଓଜନ କମାଇବା ଲାଗି କେତେ କଣ ଉପାୟ ଆପଣାଉଛନ୍ତି। ତେବେ ପ୍ରତିଦିନ କଳା ଜିରା ଖାଇଲେ ଏହା ଓଜନ କମାଇବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏ ବାବଦରେ କିଛି ଅଧିକ ତଥ୍ୟ।

ଯଦି ଜଣେ ବ୍ୟକ୍ତି ୩ ମାସ ଧରି କଳାଜିରା ଖାଏ ତେବେ ଶରୀରରେ ଜମା ହୋଇଥିବା ଅନାବଶ୍ୟକ ଚର୍ବି ହ୍ରାସ ହେବାରେ ସଫଳତା ମିଳିଥାଏ। କଳା ଜିରା ଚର୍ବିକୁ ତରଳାଇ ମୂଳମୂତ୍ର ମାଧ୍ୟମରେ ଶରୀରରୁ ବାହାର କରି ଦେଇଥାଏ। ଏଥିରେ ଥିବା ମୂତ୍ରବର୍ଦ୍ଧକ ପ୍ରଭାବ ଯୋଗୁ ନିୟମିତ ଭାବେ ଏହାକୁ ଖାଇଲେ ଓଜନ କମିଥାଏ।

ଏହା ଶରୀରରେ ନୂତନ କୋଷ ଗଠନ କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। ଥକାପଣ ଦୂର କରି ଶରୀରରେ ଶକ୍ତି ସଞ୍ଚାର କରେ।

କଳା ଜିରାରେ ଥିବା ଆଣ୍ଟି ମାଇକ୍ରୋବିଏଲ୍ ଗୁଣ ଯୋଗୁ ଏହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ହଜମ ସମସ୍ୟା, ଗ୍ୟାଷ୍ଟ୍ରିକ୍, ପେଟ ଫୁଲିବା, ପତଳା ଝାଡ଼ା, ପେଟରେ କୃମି ହେବା ଇତ୍ୟାଦି ସମସ୍ୟାରୁ ମୁକ୍ତି ଦିଏ। ବିଳମ୍ବିତ ରାତିରେ ଖାଦ୍ୟ ଖାଉଥିଲେ ଖାଇବା ପରେ ଅଳ୍ପ କଳା ଜିରା ଖାଇଲେ ତୁରନ୍ତ ହାଲ୍କା ଲାଗିଥାଏ।

ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ବି ଉପଶମ ଦେଇଥାଏ। ପାଚନ କ୍ରିୟାକୁ ତ୍ୱରାନ୍ୱିତ କରେ।

ଥଣ୍ଡା, କଫ, ନାକ ବନ୍ଦ, ନିଶ୍ୱାସ ନେବାରେ ସମସ୍ୟା ଇତ୍ୟାଦି ହେଉଥିଲେ କଳାଜୀରା ଖାଇଲେ ଉପକାର ମିଳେ। କଫ ସମସ୍ୟା ଅଧିକ ହେଉଥିଲେ ଗୋଟିଏ ରୁମାଲରେ କଳା ଜିରାକୁ ଗୁଡ଼ାଇ ତାକୁ ହାତରେ ଘଷି ଶୁଂଘନ୍ତୁ। ନାକରୁ ପାଣି ବାହାରି ଯାଇ ହାଲ୍କା ଲାଗିବ।

Comment