ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତି ପ୍ରଭାବରେ ଦିନରେ ବାହାରକୁ ବାହାରିବା ମୁସ୍କିଲ ହୋଇଯାଉଛି। ତେବେ ବୁଧବାର ରାଜ୍ୟରେ ତାତିର ପ୍ରଭାବ ସାମାନ୍ୟ କମ୍‌ ଅନୁଭୂତ ହୋଇଛି। ଆଜି ଓଡ଼ିଶାର ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବଲାଙ୍ଗିର ୪୧.୫, ଝାରସୁଗୁଡା ୪୧, ଭବାନୀପାଟଣା ୪୧, ଅନୁଗୁଳ ୪୦.୧, ତାଳଚେର ୪୦.୧ ଏବଂ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୧ ଡିଗ୍ରୀ ରହିଛି।

Comment