ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଲିଫର୍ଣ୍ଣିଆର ଡେଥ୍‌ ଭାଲିଙ୍କୁ ସାରା ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ଜଣାଯାଏ। ତେବେ ବର୍ତ୍ତମାନ ଗୋଟଏ ଦିନ ପାଇଁ ଏହି ରେକର୍ଡ ଭାଙ୍ଗିଛି ଭାରତର ଏକ ଛୋଟିଆ ସହର।

ମିଡିଆ ରିପୋର୍ଟ ଅନୁଯାୟୀ, ମେ’ ୨୮ ତାରିଖରେ ମହାରାଷ୍ଟ୍ର ରାଜ୍ୟର ଏକ ଛୋଟିଆ ସହର ଚନ୍ଦ୍ରପୁରରେ ବିଶ୍ୱର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଚନ୍ଦ୍ରପୁରରେ ମଙ୍ଗଳବାର ୪୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏଥିସହିତ ଗୋଟିଏ ଦିନ ପାଇଁ ସାରା ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ଚନ୍ଦ୍ରପୁର ସ୍ଥାନିତ ହୋଇଛି।

ଚନ୍ଦ୍ରପୁର ପଛରେ ରହିଛି ପାକିସ୍ତାନର ଜକୋବାବାଦ ଏବଂ ମହାରାଷ୍ଟ୍ରର ନାଗପୁର। ଯେଉଁଠି ମେ’ ୨୮ରେ ୪୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comment