ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଟାମିନ୍ ଡି’ ଅଭାବରୁ ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଯେପରିକି ପିଲାମାନଙ୍କୁ ଆଜ୍ମା, ବୟସ୍କ ଲୋକମାନଙ୍କ ସ୍ମରଣଶକ୍ତି ହ୍ରାସ, ହାଡ଼ ଦୁର୍ବଳତା ପ୍ରଭୃତି। ଯଦିଓ ସୂର୍ଯ୍ୟକିରଣରୁ ଶରୀରକୁ କିଛି ପରିମାଣରେ ଭିଟାମିନ୍ ଡି ମିଳିଥାଏ, ତେବେ ଡାଏଟ୍ ପ୍ରତି ଧ୍ୟାନ ରଖିବା ଜରୁରୀ।

କ୍ଷୀରରେ ପ୍ରଚୁର ପରିମାଣର ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ରହିଥାଏ। ତେଣୁ ପ୍ରତିଦିନ ଏକ ଗ୍ଲାସ କ୍ଷୀର ନିଶ୍ଚିତ ପିଅନ୍ତୁ। ଏହାଦ୍ୱାରା ସାରା ଦିନ ପାଇଁ ଶରୀର ଆବଶ୍ୟକ କରୁଥିବା ଭିଟାମିନ୍ ଡିର ଏକ ଚତୁର୍ଥାଂଶ ମିଳିଯାଇଥାଏ।

କ୍ଷୀର ଖାଉନଥିବା ଲୋକଙ୍କ ପାଇଁ ଅଣ୍ଡା ଏକ ଭଲ ବିକଳ୍ପ। ଅଣ୍ଡାର ଧଳା ଅଂଶ ଭିଟାମିନ୍ ଡିରେ ଭରପୁର ଥାଏ। ତେଣୁ ନିୟମିତ ଭାବେ ତାକୁ ଡାଏଟ୍‌ରେ ସାମିଲ କଲେ ସୁଫଳ ମିଳେ।

ସେହିପରି ନିୟମିତ ଭାବେ ଖାଇବାରେ ଛତୁକୁ ସାମିଲ କରନ୍ତୁ। ଏହା ଭିଟାମିନ୍ ଡିର ଏକ ଭଲ ଉତ୍ସ। ସବୁ ଦିନ ହୋଇ ନପାରିଲେ ସପ୍ତାହରେ ୩ ଦିନ ଛତୁ ଖାଆନ୍ତୁ।

ଏହାଛଡ଼ା ନିୟମିତ ବ୍ୟବଧାନରେ ସୋୟାବିନ୍ ଖାଆନ୍ତୁ। ଇଚ୍ଛା ହେଲେ ସୋୟା ମିଲ୍କ୍‌କୁ ମଧ୍ୟ ଖାଦ୍ୟରେ ସାମିଲ କରିପାରିବେ।

Comment