ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଭାରତର ପ୍ରାୟ ସବୁ ସ୍ଥାନରେ ହାରାହାରି ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିଛି। ଏପରି କ୍ଷେତ୍ରରେ ସନ୍ ଷ୍ଟ୍ରୋକ ହେବାର ଆଶଙ୍କା ବି ଅଧିକ ରହିଛି। ସେଥିରୁ ବର୍ତ୍ତିବା ଲାଗି ଆପଣାନ୍ତୁ ଏହି ଟିପ୍ସ।

-ଗରମ ଦିନରେ ଖାଲି ଦେହରେ ବୁଲିବା, ଖାଲି ପାଦରେ ଚାଲିବା, ଘରୁ ଖାଲି ପେଟ ଏବଂ ପାଣି ନ ପିଇ ବାହାରିବା, ଏସି ବା କୁଲରରୁ ବାହାରି ତୁରନ୍ତ ଖରାକୁ ଯିବା, ବାହାରୁ ଖରାରୁ ଆସି ତୁରନ୍ତ ଥଣ୍ଡା ପାଣି ପିଇବା ଦ୍ୱାରା ସନ୍ ଷ୍ଟ୍ରୋକ୍ ହୋଇଥାଏ। ବୟସ୍କ ଲୋକ ଏବଂ ଛୋଟ ପିଲା ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି।

-ସନ୍ ଷ୍ଟ୍ରୋକ ସମୟରେ ଶରୀରର ତାପମାତ୍ରା ହଠାତ୍ ବଢ଼ିଯାଏ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଏ।

-ବାନ୍ତି ଲାଗିବା ସହିତ ମୁଣ୍ଡ ବୁଲାଏ। ହାତ ଗୋଡ଼ ଅବଶ ହେବା ସହ ବ୍ୟକ୍ତି ଅଚେତ ହୋଇଯାଏ।

-ଏଭଳି ସମସ୍ୟାରୁ ରକ୍ଷା ପାଇବା ଲାଗି ଖରାଦିନେ ଭାରୀ ଖାଦ୍ୟ ଖାଆନ୍ତୁ ନାହିଁ। ଏବଂ ବାସି ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ। ଏହାର କାରଣ ହେଲା ଗରମ ଦିନରେ ଶରୀରର ଜଠରାଗ୍ନି ଧିମା ହୋଇଯାଏ। ତେଣୁ ଖାଦ୍ୟ ଶୀଘ୍ର ହଜମ ହୁଏନାହିଁ। ଯାହାଫଳରେ ବ୍ୟକ୍ତି ଅସହଜ ଅନୁଭବ କରିଥାନ୍ତି। ଆଉ ଖରାକୁ ବାହାରିବା ପରେ ସେହି ଅସହଜ ପଣ ବଢ଼ିଯାଏ।

-ଏପରିସ୍ଥଳରେ ଅଧିକ ଖାଦ୍ୟ ପରିବର୍ତ୍ତେ ଗରମ ଦିନରେ ଘରେ ତିଆରି ଥଣ୍ଡା ପାନୀୟ ପିଅନ୍ତୁ। ଯେପରିକି ଆମ୍ବ ପଣା, ବେଲ ପଣା, ଛତୁଆ ସରବତ, ଦହି ସରବତ, ଲସି ପ୍ରଭୃତି। ଏହା ଶରୀରକୁ ଥଣ୍ଡା ରଖେ।

-ସେହିପରି ପ୍ରଚୁର ପରିମାଣରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ।

Comment