ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୫୮ ଜଣଙ୍କୁ ସାମିଲ କରାଯାଇଛି। ପ୍ରଥମ ପାଳିରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ଦ୍ୱିତୀୟ ପାଳିରେ ମନ୍ତ୍ରୀ ପଦ ମିଳିଛି। ପୁଣିଥରେ ଧର୍ମେନ୍ଦ୍ର ପେଟ୍ରୋଲିୟମ୍ ଏବଂ ନାଚୁରାଲ ଗ୍ୟାସ ମନ୍ତ୍ରାଳୟର ମନ୍ତ୍ରୀ ହୋଇଛନ୍ତି।

ପ୍ରଥମ ପାଳି ସରକାରରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ଏବଂ ନାଚୁରାଲ ଗ୍ୟାସ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ତାଙ୍କ ମନ୍ତ୍ରାଳୟ ପକ୍ଷରୁ ଶୁଭାରମ୍ଭ ହୋଇଥିଲା। ଗରିବ ପରିବାରକୁ ଏହି ଯୋଜନାରେ ରୋଷେଇ ଗ୍ୟାସ୍ ସଂଯୋଗ ଦିଆଯାଇଥିଲା। ଏହି ଯୋଜନା ବିଶେଷ ସଫଳତା ପାଇଥିଲା।

୨୦୧୯ ନିର୍ବାଚନରେ ଉଜ୍ଜଳା ଯୋଜନାକୁ ପ୍ରମୁଖ ଅସ୍ତ୍ର କରିଥିଲା ବିଜେପି।

Comment