ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଣ୍ଡାମାନ ସାଗରରେ ଏବେ ପ୍ରବାହିତ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପାଣପାଗ ବିଭାଗର ପୁର୍ବ ଆକଳନ ମୂତାବିକ, ଆସନ୍ତା ଜୁନ୍‌ ୬ରେ ମୌସୁମୀ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ତେବେ କେରଳରେ ପହଞ୍ଚିବାର ୨ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ।

ଓଡ଼ିଶାରେ ବର୍ତ୍ତମାନ ଗୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଓଡ଼ିଶାରେ ମୌସୁମୀ ଆଗମନକୁ ଚାତକ ଭଳି ଚାହିଁ ବସିଛନ୍ତି ରାଜ୍ୟବାସୀ। ତେବେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖି ପ୍ରଭାବରୁ ପ୍ରବଳ ବର୍ଷା ହୋଇଛି।

ଚଳିତ ବର୍ଷ ରାଜ୍ୟରେ ମୌସୁମୀଜନୀତ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଜୁନ୍‌ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସାରା ଦେଶରେ ମୌସୁମୀ ତା’ର କାୟା ବିସ୍ତାର କରିବ।

Comment