ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ଏହାସହ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି।

କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମୁଖ୍ୟ ସଚେତକ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଉପ-ମୁଖ୍ୟସଚେତକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ।

ଓଡ଼ିଶାର ମୋଟ ୨୧ଟି ଲୋକସଭା ଆସନରୁ ବିଜେଡି ୧୨ଟିରେ ବାଜିମାତ କରିଥିବା ବେଳେ ବିଜେପି ୮ ଏବଂ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ତେବେ ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ଗତ ଥର ଭର୍ତ୍ତୃହରି ମହତାବଙ୍କୁ ସଂସଦୀୟ ଦଳର ନେତା ଭାବେ ନିଯୁକ୍ତି ଦେଇଥିଲେ ନବୀନ। ହେଲେ ଏଥର ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଉପରେ ଭରସା କରିଛନ୍ତି ନବୀନ। ପିନାକୀ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପରାଜିତ କରିଥିବାରୁ ନବୀନ ଏହି ପୁରସ୍କାର ଦେଇଥିବା ଚର୍ଚ୍ଚା ହେଉଛି।

Comment