ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍ ୨୦୧୯ : ଶ୍ରୀଲଙ୍କା ବିପକ୍ଷରେ ଟସ୍‌ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି। ବର୍ଷା ହେବାରୁ ଅଧାରୁ ମ୍ୟାଚ୍‌ ବନ୍ଦ।

କ୍ରିକେଟ ମହାସମରେ ଆଜି ଆଫଗାନିସ୍ତାନକୁ ଭେଟିଛି ଶ୍ରୀଲଙ୍କା। ଦିନ ୩ଟାରେ କ୍ରାଡିଫ୍‌ର ସୋଫିଆ ଗାର୍ଡେନ୍‌ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍‌ ଜିତି ଶ୍ରୀଲଙ୍କାକୁ ବୋଲିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ମ୍ୟାଚ୍‌ ଚାଲୁଥିବା ବେଳେ ବର୍ଷା ହେବାରୁ ଶ୍ରୀଲଙ୍କା-ଆଫଗାନିସ୍ତାନ ମ୍ୟାଚ୍‌କୁ ବନ୍ଦ କରାଯାଇଛି।

ମ୍ୟାଚ୍‌ ଆରମ୍ଭରୁ ଶ୍ରୀଲଙ୍କା ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ହେଲେ ଆଫଗାନିସ୍ତାନ ଟିମ୍‌ର ଘାତକ ବୋଲର ମହମ୍ମଦ ନବି ଶ୍ରୀଲଙ୍କାକୁ ରୋକିବାରେ ସକ୍ଷମ ହୋଇଥିଲେ।

ଗୋଟିଏ ଓଭରରେ ତିନୋଟି ୱିକେଟ୍ ନେଇ ନବି ଶ୍ରୀଲଙ୍କାର ବାଟ ଓଗାଳିଛନ୍ତି। ହେଲେ କ୍ରାଡିଫ୍‌ରେ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୩୩ ଓଭର ସୁଦ୍ଧା ଶ୍ରୀଲଙ୍କା ୮ ୱିକେଟ୍ ହରାଇ ୧୮୨ ରନ୍‌ ସଂଗ୍ରହ କରିଛି।

Comment