ଓଡ଼ିଶାଲାଇଭ ବ୍ୟୁରୋ

  • ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା
  • ପ୍ରଶାସନକୁ ସୁରକ୍ଷା ଚିନ୍ତା
  • ପୁରୀ ଏସ୍‌ପି ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମୀକ୍ଷା
  • ମୁତୟନ ହେବେ ୩ ୟୁନିଟ୍ ଏଟିଏସ୍‌
  • ଦୁଇ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ଏବଂ ସ୍ୱିଫ୍ଟ ଆକ୍ସନ ଫୋର୍ସ

ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ରଥ ଖଳାରେ ରଥ ନିର୍ମାଣ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି ପୋଲିସ ପ୍ରଶାସନ।

ରଥଯାତ୍ରାକୁ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁରୀ ଏସ୍‌ପି ଅଫିସରେ ବରିଷ୍ଠ ପୋଲିସ ଅଧିକାରୀମାନେ ସମୀକ୍ଷା କରିଥିଲେ। ଏଥିରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇଥିଲେ।

ରଥଯାତ୍ରା ବେଳେ ଏଥର ପୁରୀ ସହରରେ ୧୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲିସ ଡିଜି ସୂଚନା ଦେଇଛନ୍ତି। ଏହାସହ ୩ ୟୁନିଟ୍ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍, ଦୁଇ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ଏବଂ ସ୍ୱିଫ୍ଟ ଆକ୍ସନ ଫୋର୍ସ ପୁରୀରେ ମୁତୟନ ହେବେ।

ବିଭିନ୍ନ ସମ୍ବେଦନଶୀଳ ଛକରେ ସିସିଟିଭି ଲଗାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

‘‘ବାତ୍ୟା ଫନିରେ ପୁରୀ ସହର ଶ୍ରୀହୀନ ହୋଇପଡ଼ିଥିଲା। ରଥଯାତ୍ରା ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଯାଇଥିଲା। ବାତ୍ୟା ପାଇଁ ଅନେକ ସୁରକ୍ଷା ସମ୍ପର୍କୀତ କାର୍ଯ୍ୟ ଆଗେଇ ପାରିନଥିଲା। ଏହାକୁ କିପରି ତ୍ୱରାନ୍ୱିତ କରାଯିବ ସେ ବିଷୟରେ ଆଲୋଚନା ହୋଇଛି’’, କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

Comment